www.samajalive.in
Tuesday, December 9, 2025
23.1 C
Bhubaneswar

ଅର୍କେଶଙ୍କ ନାଁରେ ଅଦ୍ରିଜାଙ୍କ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ରାଜ ପରିବାରର ଲାଲ ସାହେବ ଅର୍କେଶ ନାରାୟଣ ସିଂହଦେଓ( ବଲାଙ୍ଗିର ସଦର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ପରାଜିତ)ଙ୍କ ବିରୋଧରେ ପତ୍ନୀ ଅଦ୍ରିଜା ମଞ୍ଜରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଉଭୟଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ସୋମବାର ପତ୍ନୀ ଅଦ୍ରିଜା ସ୍ବାମୀ ଓ ସହଯୋଗୀଙ୍କ ବିରୋଧରେ ଉତ୍ତରାଖଣ୍ଡର ଡେରାଡୁନରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି ।
ଅନଙ୍ଗ ଉଦୟ ଓ ପୁଅ ଅର୍କେଶଙ୍କର ଉତ୍ତରାଖଣ୍ଡର ଡେରାଡୁନ୍‌ରେ ୨ଟି ଘର ରହିଛି । ସେଠାରେ ଅର୍କେଶ ପତ୍ନୀ ଅଦ୍ରିଜାଙ୍କ ସହ ରହୁଥିଲେ । ତେବେ ସଂପର୍କକୁ ନେଇ ବି​‌େ​‌ଦ୍ବଷ ସୃଷ୍ଟି ହୋଇଥିଲା । ବିବାହ ବିଚ୍ଛେଦ କୋର୍ଟରେ ବିଚାରଧୀନ ଥିବା ବେଳେ ଉତ୍ତରାଖଣ୍ଡ ପୁଲିସ ଡିଜିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅଦ୍ରିଜା ମଞ୍ଜରୀ ଅନୁରୋଧ କରିଥିଲେ । ସ୍ଥାନୀୟ ପୁଲିସ ସୁରକ୍ଷା ବ୍ୟବସ୍ଥା କରିବାକୁ ଡିଜିଙ୍କ ନିର୍ଦେଶ ସତ୍ତ୍ବେ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଦ୍ରିଜା ଉତ୍ତରାଖଣ୍ଡ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ସ୍ବାମୀ, ସହାୟକ ହେରଶ ସିଂ ଓ ରବିତା ଝା ତାଙ୍କୁ ଆକ୍ରମଣ କରିଥିବା, ସୁରକ୍ଷା କର୍ମୀ ଘରକୁ ଯିବାକୁ ଦେଇ ନଥିବା ଅଦ୍ରିଜା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଅର୍କେଶ ଅଦ୍ରିଜାଙ୍କ ଅଭିଯୋଗକୁ ମିଥ୍ୟା ଦର୍ଶାଇଛନ୍ତି ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories