ଶେଷରେ କଟାହେଲା ବିପଦପୂର୍ଣ୍ଣ ବିଶାଳକାୟ ଶୁଖିଲା ଗଛ
ଆଠଗଡ : ଆଠଗଡ ନୂଆ ବସଷ୍ଟାଣ୍ଡ ଫାଟକ ନିକଟରେ ଏକ ବିଶାଳକାୟ ଶୁଖିଲା ଛତିଆନ ଗଛ ଦୀର୍ଘଦିନ ହେଲା ରହିଥିବାବେଳେ, ତାହା ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ପଥଚାରୀ ଓ ବସଯାତ୍ରୀଙ୍କ ପାଇଁ ବିପଦର ଆଶଙ୍କା ଥିବା ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇଥିଲା । ଏପରିକି ଚାନ୍ଦବାଲିଛକ ବଜାର କମିଟି ସମେତ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଏ ନେଇ ଉପଜିଲ୍ଲାପାଳ, ଏନଏସି କର୍ତ୍ତୃପକ୍ଷ ଏବଂ ବନବିଭାଗର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଉକ୍ତ ଶୁଖିଲା ଗଛଟିକୁ କାଟିବାର ବ୍ୟବସ୍ଥା କରାଯାଇନଥିଲା । ଏହାକୁ ନେଇ ବଜାର କମିଟି ଓ କିଛି ବ୍ୟକ୍ତି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା । ଏନଏସି, ପୂର୍ତ୍ତବିଭାଗ ଓ ବିଦ୍ୟୁତ୍ ବିଭାଗ ସହାୟତାରେ ଉକ୍ତ ଶୁଖିଲା ଗଛଟିକୁ କାଟିବାର ବ୍ୟବସ୍ଥା କରାଯାଇଥିଲା । ଗଛ କଟା ସମୟରେ ବସ ଓ ଅନ୍ୟାନ୍ୟ ଗାଡି ଚଳାଚଳକୁ ବନ୍ଦ କରିବା ପାଇଁ ପୁଲିସ ସହଯୋଗ କରିଥିଲେ। ସୁରକ୍ଷିତ ଭାବେ ଗଛଟି କଟାଯାଇଥିଲେ ମଧ୍ୟ ଗଛ ନିକଟରେ ଥିବା ଦୁଇଟି ଅସ୍ଥାୟୀ ଦୋକାନ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଗଛଟି କଟା ହେବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି।
Comments are closed.