ଚୌଦ୍ୱାରରେ ଚନ୍ଦନଯାତ୍ରା ଉଦଯାପିତ

ଚୌଦ୍ୱାର : ଓଟିଏମ୍ କଲୋନୀସ୍ଥିତ ରାଧାମୋହନ ମନ୍ଦିରରେ ଚନ୍ଦନ ଯାତ୍ରା ଓ ଚାପଖେଳ ଉତ୍ସବ ଉଦଯାପିତ ହୋଇ ଯାଇଛି ।ଓଟିଏମ୍ ଚନ୍ଦନଯାତ୍ରା କମିଟି ତରଫରୁ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତି ସଂଧ୍ୟାରେ ରାଧାମୋହନଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ବସାଇ ଶୋଭାଯାତ୍ରାରେ ନିଆଯାଇ କଲୋନୀସ୍ଥିତ କଳମଝରୀ ପୋଖରୀରେ ସୁସଜ୍ଜିତ ଚାପଡଙ୍ଗାରେ ଦିଅଁ ମାନଙ୍କୁ ବସାଇ ଚାପଖେଳ କରାଯିବା ସହିତ ପୋଖରୀ ଭିତରେ ଥିବା ମନ୍ଦିରରେ ଦିଅଁ ମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଚନ୍ଦନ ଯାତ୍ରା ପଡ଼ିଆ ମଣ୍ଡପରେ ଦିଅଁ ମାନଙ୍କୁ ପ୍ରତିଷ୍ଠା କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆୟୋଜିତ ଉଦଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କାଉନସିଲର ସୁବ୍ରତ ସାମଲ, ବିଜୟ ମଲ୍ଲିକ, ଆଶୁତୋଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚନ୍ଦନ ଯାତ୍ରା ପରି ଏକ ନିଆରା ପରମ୍ପରାକୁ ଉଦଯାପିତ ରଖିବାରେ ଯାତ୍ରା କମିଟି ଓ ସ୍ଥାନୀୟ ଲୋକଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥି ମାନେ କମିଟି ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚନ୍ଦନ ଯାତ୍ରା କମିଟି ସଭାପତି ଶ୍ୟାମ ସୁନ୍ଦର ସ୍ୱାଇଁ, ଦୂର୍ଗା ଚରଣ ପଟ୍ଟନାୟକ, ଅମୀୟ ଦାସଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯାତ୍ରାରେ ମୀନା ବଜାର ଆୟୋଜନ କରାଯିବା ସହିତ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

prayash

ଅନୁରୂପ ଭାବେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ହରିଅନ୍ତା ଗ୍ରାମରେ ଗୋପାଳ ଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। କଟକସ୍ଥିତ ଗୋପାଳଜୀଉ ମଠର ସତ୍ୱାଧିକାରୀ ଓ ପୂଜକ ମାନେ ହରିଅନ୍ତାରେ ପହଞ୍ଚି ଜୀଉ ମାନଙ୍କୁ ଶୋଭାଯାତ୍ରାରେ ନେଇ ଗ୍ରାମ ପୁଷ୍କରିଣୀରେ ତିନିଦିନ ବ୍ୟାପି ଚାପ ଖେଳାଇଥିଲେ। ଗୋପାଳଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅପେରାର ଆୟୋଜନ କରାଯାଇଥିଲା। ସଭାପତି ପ୍ରଶାନ୍ତ ନାୟକ, ସନ୍ତୋଷ ରାଉତରାୟ, ଅମରନାଥ ଲେଙ୍କା, କ୍ଷିରୋଦ ଚନ୍ଦ୍ର ଖୁଣ୍ଟିଆ, ରସାନନ୍ଦ ମଲ୍ଲିକ, ଭେନସ୍ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.