ରାସ୍ତାକାମରେ ବିଳମ୍ବ ପାଇଁ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ

ବାଳିରୁ ବଳିପୁର ନିମ୍ନମାନର ରାସ୍ତାକାର୍ଯ୍ୟ

ଗୁରୁଡିଝାଟିଆ :  ବାଳି ଠାରୁ ବଳିପୁର ପର୍ଯ୍ୟନ୍ତ ୮କିମି ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଅଧିକଂଶ ସ୍ଥାନରେ ନିମ୍ନମାନର ହୋଇଥିବାର ସାଧାଣରେ ଅଭିଯୋଗ ହୋଇଛି । ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ଗ୍ରାମ୍ୟ ଉନ୍ନୟନ ବିଭାଗ କଟକ-୨ର ଉଚ୍ଚ କର୍ତ୍ତୃପକ୍ଷ ଠିକାଦାର ପି.କେ କନଷ୍ଟ୍ରକସନକୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୩୪୫.୩୨ ଲକ୍ଷ ଟଙ୍କା ବିନିମୟରେ ରାସ୍ତାଟି ନିର୍ମାଣ ହୋଇଥିବା ବେଳେ ଏହାର ଅବଧି ଚଳିତ ଜୁନ୍ ମାସରେ ସରିବ।  କିନ୍ତୁ ରାସ୍ତାକାର୍ଯ୍ୟ ଅଧା ବାକି ରହିଛି ।  ଅହେତୁକ ବିଳମ୍ବ ପାଇଁ ଏକାଧିକ ବାର ବିଭାଗୀୟ କର୍ତ୍ତୃପକ୍ଷ ତାଗିଦ କରିବା ସହ କାରଣ ଦର୍ଶାଅ ଚିଠି ମଧ୍ୟ ଲେଖିଛନ୍ତି । ଏ ସବୁ ପରେ ରାସ୍ତାର ଉପର ସ୍ତର ଉଚ୍ଚା ନିଚା ରହିଛି । ଯାହାଫଳରେ ବାଇକ ଓ ଚାରିଚକିଆ ଗାଡି ଗଲେ ଗାଡିର ଚକା ହଲୁଛି। ରାସ୍ତାକାର୍ଯ୍ୟ ନିମ୍ନ ମାନର ଓ ସଠିକ୍ ଢଙ୍ଗରେ କରିବା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ଠିକାଦାରୀ ସଂସ୍ଥା ଉପରେ ବାରମ୍ବାର ସଜାଗ ଦୃଷ୍ଟି ରଖିଛନ୍ତି। ଏପରିକି ସଠିକ୍ ଢଙ୍ଗରେ କରୁନଥିବାରୁ ଅର୍ଥ ମଧ୍ୟ ନଦେବା ପାଇଁ ତାଗିଦ୍ କରିଛନ୍ତି। ପ୍ରକାଶଯୋଗ୍ୟ ବାଳି ଉଚ୍ଚ ବିଦ୍ୟାଳୟ ଠାରୁ ରାଧାପତିପୁର, ବାଳି,ବାଉଁଶଟାଙ୍ଗର, ପର୍ବତିଆ, ଛଅଗାଁ, ବାଘୁଆ, କୁମାରପୁର ଦେଇ ବଳିପୁର ପର୍ଯ୍ୟନ୍ତ ଚାଲୁଅଛି । ଏ ସଂପର୍କରେ ସହକାରୀ ଯନ୍ତ୍ରୀ ଅଜିତ୍ ବିଶ୍ୱାଳଙ୍କୁ ପଚାରିବାରୁ କହିଥିଲେ ସଠିକ୍ ଭାବେ ରାସ୍ତା କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ବିଳମ୍ବ ଘଟିବାରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ବୋଲି କହିଥିଲେ।

Comments are closed.