କଳାହାଣ୍ଡି ଜିଲା ରେ ଲାଗିଲା ମାଓ ପୋଷ୍ଟର
ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁରରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ମ.ରାମପୁର ଥାନା ଅନ୍ତର୍ଗତ ଡମ୍ବକରଲାଖୁଣ୍ଟା, ମାଣିକେରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର ସହ ମାଓ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜିନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି। ପୁଲିସ ଇନଫର୍ମର କାମ କରନ୍ତୁ ନାହିଁ। ପୁଲିସ ଓ ଗୁଇନ୍ଦା ଅଫିସର ଭୟର ଚାପ ଓ ପ୍ରଲୋଭନରେ ପଡନ୍ତୁ ନାହିଁ। ଗାଁ ଗାଁ ରେ ଥିବା ପୁଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ, ପାର୍ଟି ବିରୁଦ୍ଧରେ ଓ ପୁଲିସ କୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିକୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।
ସୂଚନା ଥାଉ କି ଗତ ୯ତାରିଖ ଦିନ ଏମ୍.ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଆଇଡବ୍ଲ୍ୟୁର ଡିଏସପି ଗୁରୁତର ଆହତ ହୋଇଥିଲେ। ପରେ ମାଓବାଦୀମାନେ ରକ୍ତମୁଖା ହୋଇ ପୋଷ୍ଟର ଲଗାଇଥିବା ଆଲୋଚନା ହେଉଛି। ଫଳରେ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।
Comments are closed.