ନବରଙ୍ଗପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଜିଲା ଦୌରାଜଜ  ସଂଜୀବ ଦୁବେ ଗୋଟିଏ ଏମ.ଏ.ସି.ଟି. କେସ ଫଇସଲା କରି ଟ.୪୨,୫୦,୦୦୦ ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି ଏବଂ ୨ ଗୋଟି ଏକଜିକ୍ୟୁସନ ପିଟିସନ ମାମଲା ଫଇସଲା କରି ୫,୦୩,୭୨୬ ଟଙ୍କା ଋଣ ଆଦାୟ କରିଛନ୍ତି। ପରିବାର ବିଚାର ବିଭାଗୀୟ ଜଜ ଡକ୍ଟର ମୁନରାନୀ ମିଶ୍ର ୯ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ମାମଲାରେ ଆପୋଷ ମିଳାମିଶା କରାଇଛନ୍ତି । ବରିଷ୍ଠ ଦେୱାନୀ ଜଜ ଅନ୍ନପୂର୍ଣ୍ଣା ନାୟକ ୭ଟି ବ୍ୟ।ଙ୍କ ଋଣ ଦେୟ ସମ୍ବନ୍ଧୀୟ ବିବାଦର ଫଏସଲା କରି ୬,୦୩,୭୭୨.୮୦ ଟଙ୍କା ଆଦାୟ କରିଛନ୍ତି । ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ  ରାଜଶ୍ରୀ ଆର୍ଯ୍ୟବାଲା ତ୍ରିପାଠୀ ୨୫ଟି ଫୌଜଦାରୀ ମୋକଦ୍ଦମାର ଫଏସଲା କରିଛନ୍ତି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୨୩ ଗୋଟି କୋର୍ଟ କେସ ଓ ୧୦୦୭୬ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ୬,୬୬,୭୩୦ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ବ୍ୟାଙ୍କର ୪ଟି ପ୍ରାକ୍ ମୋକଦ୍ଦମା ମଧ୍ୟ ଫଇସଲା କରାଯାଇ ୩୫,୦୦୦ ଟଙ୍କା ଆଦାୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅତିରିକ୍ତ ଜିଲା ଜଜ ଶିବ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

Comments are closed.