ମୋହନା : ବିପଦ ସଙ୍କୁଳ ବୁଲାଣି ଛକରେ ଏକ ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଯୁବକ ଓ ୭ ବର୍ଷର ଜଣେ ଶିଶୁ ଗୁରୁତର ହୋଇଥିବା ଫଳରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୨ଜଣ ଯୁବକ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ମୋହନା ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମର ସୁଶ୍ରିତା ଗମାଙ୍ଗ (୨୧) ଓ ବିକ୍ରମ ଗମାଙ୍ଗ (୨୫) କୌଣସି କାମରେ ଚନ୍ଦ୍ରଗିରି ଯାଇ ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଅପରପାର୍ଶ୍ଵରୁ ବଡଖଣି ଗ୍ରାମର ବାପା ଯୀଶୟ ଚନ୍ଦ୍ର ପରିଚ୍ଛା (୩୮), ଝିଅ ପ୍ରତିଭା ରାଣୀ ପରିଚ୍ଛା (୭) ଓ ଯୁବଗାଁର ମୀନକେତନ ଦଳାଇ (୨୭)ଙ୍କ ବାଇକ ମଧ୍ୟରେ ସୁଲୁବା-ନୀଳକୋଠି- ଧାଡିଆମ୍ବ ବୁଲାଣି ବିପଦ ସଙ୍କୁଳ ଛକଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ପ୍ରତିଭା, ବିକ୍ରମ ଓ ଯୀଶୟ ଗୁରୁତର ଆହତ ହୋଇଥିଲେ। ଅଞ୍ଚଳବାସୀ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତରମାନକୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିବା ଡ଼ା. ଦେବରାଜ କର ସୂଚନା ଦେଇଛନ୍ତି। ଚନ୍ଦ୍ରଗିରି ସରପଞ୍ଚ ରଜନୀକାନ୍ତ ପ୍ରଧାନ ସ୍ଵାସ୍ଥ୍ୟକେନ୍ଦ୍ରରେ ରହି ସମସ୍ତଙ୍କ ଭଲମନ୍ଦ ବୁଝିଥିଲେ।
Comments are closed.