କମିଶନରେଟ ପୁଲିସ ପକ୍ଷରୁ ରକ୍ତଦାନ ଶିବିର, ୧୦୦ ୟୁନିଟ ରକ୍ତ ସଂଗ୍ରହ
କଟକ: କମିଶନରେଟ୍ ପୁଲିସ୍ ଭୁବନେଶ୍ୱର-କଟକ ଏବଂ ଇଣ୍ଡିଆନ୍ ରେଡ଼୍ କ୍ରସ୍ ସୋସାଇଟିର ମିଳିତ ଆନୁକୂଲ୍ୟରେ କଟକ ମଙ୍ଗଳାବାଗ ଠାରେ ଥିବା ତୁସି ମୋଟର୍ସର ମିଟିଂ ହଲରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରାୟ ୧୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଛି। କାର୍ଯ୍ୟକ୍ରମରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବେଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କଟକ ଡିସିପି ପିନାକି ମିଶ୍ର, ଅତିରିକ୍ତ ପୁଲିସ ନିର୍ଦେଶକ ଅନିଲ କୁମାର ମିଶ୍ର, ଓପିଏସ୍, ଲଳିତେନ୍ଦୁ ମହାନ୍ତି, ଅମିତାଭ ମହାପାତ୍ର, ଏସିପି ଅମରେନ୍ଦ୍ର ପଣ୍ଡା, ମଙ୍ଗଳାବାଗ ଥାନା ଭାରାପ୍ରାପ୍ତ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, ମଧୁପାଟଣା ଭାରାପ୍ରାପ୍ତ ଥାନା ଅଧିକାରୀ ତୁଷାରକାନ୍ତ ସେଠୀ, ତୁସିମୋଟର୍ସ ପରିଚାଳନା ନିର୍ଦେଶିକା ପ୍ରୀତି ପଲ୍ଲଭି ପଟ୍ଟନାୟକ, ନିର୍ଦେଶକ ଅଂଶୁମାନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ରକ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଡ଼ କ୍ରସ୍ ସୋସାଇଟିର ଉଦ୍ୟମକୁ ସମର୍ଥନ କରିବା ପାଇଁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରକ୍ତଦାନର ମହତ୍ତ୍ୱ ବିଷୟରେ ସଚେତନା ସୃଷ୍ଟି କରିବା ଏବଂ ଅଧିକ ଲୋକଙ୍କୁ ଆଗକୁ ଆସି ରକ୍ତ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା।
ଏହି ଅବସରରେ ତୁସି ମୋଟର୍ସ ପରିଚାଳନା ନିର୍ଦେଶିକା ପ୍ରୀତି ପଲ୍ଲବୀ ପଟ୍ଟନାୟକ କହିଛନ୍ତି ଯେ ଆମର ରକ୍ତ ଦାନ ଶିବିରକୁ ନେଇ ମିଳିଥିବା ପ୍ରତିକ୍ରିୟାରେ ଆମେ ଅତ୍ୟନ୍ତ ଆନନ୍ଦିତ। ଏହି ଉତ୍ତମ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ବହୁ ସଂଖ୍ୟକ ଗ୍ରାହକ ଏବଂ କର୍ମଚାରୀ ଏକାଠି ହୋଇଥିବାର ଦେଖି ଆମେ ଗର୍ବିତ। ରକ୍ତଦାତା ମାନଙ୍କ ଠାରୁ ସଂଗୃହିତ ରକ୍ତ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି, ଦୁର୍ଘଟଣା କିମ୍ବା ଅସୁସ୍ଥତା କାରଣରୁ ରକ୍ତଦାନର ଆବଶ୍ୟକତା ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହେବ। ଗୋଟିଏ ପଏଣ୍ଟ ରକ୍ତ ତିନୋଟି ଜୀବନ ବଞ୍ଚାଇ ପାରିବ ଏବଂ ଆମର ଅବଦାନ ଏକ ମହତ୍ ମହତ୍ କାର୍ଯ୍ୟରେ ଲାଗିବ।
Comments are closed.