ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟିତ
ସମ୍ବଲପୁର : ସମ୍ବଲପୁରର କଚେରୀ ଛକ ଅଞ୍ଚଳରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟିତ ହୋଇଯାଇଛି। ଏହି ଏକାଡେମୀକୁ ଆଭାଷି ଜରିଆରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୀବ ପାଣିଗ୍ରାହୀ ଓ ବିଶ୍ୱନାଥ ରଥ ଅତିଥି ଭାବେ ଯୋଗଦେଇଥିଲେ। ଏହି କେନ୍ଦ୍ରରେ ଓଡିଆ ଜୁଡିସିଆର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସମ୍ବଲପୁର ଜିଲାର ସମସ୍ତ ବିଚାରପତି ଓ ଜୁଡିସିଆଲ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
Comments are closed.