ସିକରପାଇରେ ପାଳିତ ହେଲା ମା’ ମୁତ୍ୟାଲାମା ଘଣ୍ଟଯାତ୍ରା
କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ସଦରଠାରେ ମା’ ମୁତ୍ୟାଲାମା ଘଣ୍ଟଯାତ୍ରା ପାଳିତ ହୋଇଯାଇଛି। ଏହା ଚଳିତ ମାସ ୮ ତାରିଖ ରୁ ଆରମ୍ଭ ହୋଇ ୧୬ ତାରିଖରେ ଉଦଯାପିତ ହେବ। ଏଥିପାଇଁ ଗାଁ ଏବେ ଉତ୍ସବ ମୁଖର ହୋଇପଡ଼ିଛି। ପାରମ୍ପରିକ ବାଜା ତାଳରେ ପୂଜାର୍ଚ୍ଚନା ଆଉ ବେଶ ନାଟରେ ଗାଁ ସାହି ଖୁବ୍ ଚହଳ ଲାଗି ରହିଥିବା ନଜର ଆସିଛି।
ଗାଁର ମଙ୍ଗଳ କାମନା କରି ଭଲ ଚାଷ ଅମଳ ହେବା ସହ ସମସ୍ତ ପରିବାର ଶାନ୍ତି ରହିବା ଉଦ୍ଧେଶ୍ୟରେ ଏହି ପୂଜା ପ୍ରତି ତିନି ବର୍ଷରେ ଥରେ ପାଳନ ହୋଇ ଆସୁଆଛି ଯେଉଁଥିରେ ଗାଁ ର ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ପୂର୍ଣ୍ଣ ସହଯୋଗ କରି ମହା ଆନନ୍ଦରେ ପାଳନ କରନ୍ତି । ଏହି ପର୍ବରେ ବନ୍ଧୁ ବାନ୍ଧବ ଙ୍କୁ ଡ଼କା ଡାକି କରି ବହୁ ଖୁସିରେ ଧୁମଧାମରେ ପାଳନ କରାଯାଉଛି ।ରାତ୍ରରେ ମନରଞ୍ଜନ କାର୍ଯ୍ୟକ୍ରମ କାଯାଉଛି ।
ଏହି ଘଟକୁ ଗାଁର ପ୍ରତ୍ୟେକ ସାହି ସାହି କୁ ବୁଲାଇ ବା ପରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରନ୍ତି । ସାହି ସାହିରେ ପିଲା ମନେ ଭିନ୍ନ ଭିନ୍ନ ଭେସ ପକାଇ ଗାଁରେ ନାଚିନାଚି ବୁଲୁଥିବା ଦେଖିବାକୁ ମିଳିଛି ।ଏହି ପରି ୯ଦିନ ଧରି ଘଟ ପର୍ବ ପାଳନ କରିଥାନ୍ତି ।
Comments are closed.