ଲୁଗା ଶୁଖାଉଥିବା ବେଳେ ଲାଗିଲା କରେଣ୍ଟ, ପ୍ରଧାନ ଶିକ୍ଷୟିତ୍ରୀ ଓ ସମ୍ପର୍କୀୟ କନଷ୍ଟେବଳ ଭାଇ ମୃତ

ଦାନଗଦି: ଦାନଗଦି ବ୍ଳକ ଅନ୍ତର୍ଗତ ଟମକା ଥାନା ଜନିନ୍ଦାପାଳ ଗ୍ରାମରେ ବିଦ୍ୟୁତ୍ କରେଣ୍ଟ ସଂସ୍ପର୍ଶରେ ଆସି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ନୀତୁ ମାରାଣ୍ଡି (୩୨) ଏବଂ ତାଙ୍କ ସମ୍ପର୍କୀୟ ଭାଇ କୁହାଯାଉଥିବା ଶ୍ୟାମସୁନ୍ଦର ମାରାଣ୍ଡି (୪୫)।

ଖବର ପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛି । ସୂଚନା ମୁତାବକ ଜନିନ୍ଦାପାଳରେ ଘର କରି ରହୁଥିବା ନୀତୁ ଶୁକ୍ରବାର ପୂର୍ବାହ୍ନରେ ସ୍ନାନ ସାରି ଦୁଆରେ ଟଙ୍ଗା ହୋଇଥିବା ଜି.ଆଇ ତାରରେ ଓଦା ଲୁଗା ଶୁଖାଉଥିବା ବେଳେ ପୂର୍ବରୁ ପ୍ରବାହିତ ହେଉଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଯିବାରୁ ଚିତ୍କାର କରି ସେଠାରେ ଟଳି ପଡ଼ିଥିଲେ। ନିକଟରେ ସ୍ନାନ କରୁଥିବା ସମ୍ପର୍କୀୟ ଭାଇ ଶ୍ୟାମସୁନ୍ଦର ନୀତୁଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ସେଠାରେ ମୃତ୍ୟୁବରଣ କରିଥିଲେ ।

prayash

ଖୁଣ୍ଟରୁ ଆସିଥିବା ବିଦ୍ୟୁତ ସର୍ଭିସ ତାର ଯେଉଁ ଲୁହା ପାଇପ୍ ଦେଇ ଘର ଭିତରକୁ ଆସିଥିଲା ସେଠାରେ ଲୁଗା ଶୁଖାଇବା ପାଇଁ ଜି.ଆଇ ତାର ବନ୍ଧା ଯାଇଥିବାରୁ ଅସୁରକ୍ଷିତ ବିଦ୍ୟୁତ ତାରରେ ପ୍ରବାହିତ ହୋଇ ଏହି ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ମୁତାବକ ନୀତୁଙ୍କ ପ୍ରକୃତ ଗାଁ କେନ୍ଦୁଝର ଜିଲା ଦୈତାରୀ ଥାନା ଟାଙ୍ଗୀରିଆପାଳ ଠାରେ ହୋଇଥିବାବେଳେ ସେ ଜନିନ୍ଦାପାଳରେ ଘର କରି ରହୁଥିଲେ।

ନିତୁ କିଆଝର ପଞ୍ଚାୟତ ରାଇଘାଟି ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଶ୍ୟାମ ପୁଲିସ କନଷ୍ଟେବଳ ଭାବେ କାମ କରୁଥିବା କୁହାଯାଉଛି। ମୃତ ଶ୍ୟାମ ସୁନ୍ଦରଙ୍କ ଘର ମୟୁରଭଞ୍ଜ ଚକ୍ରଧରପୁର ଗ୍ରାମରେ ବୋଲି ଜଣାପଡିଛି । ଟମକା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

kalyan agarbati

Comments are closed.