ରାୟ ସଂରକ୍ଷିତ ରଖିଲେ ଶୀର୍ଷ ନ୍ୟାୟାଳୟ
ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ପ୍ରସଙ୍ଗ
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ପ୍ରସଙ୍ଗକୁ ନେଇ ଶୀର୍ଷ ନ୍ୟାୟାଳୟରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଏହି ପ୍ରସଙ୍ଗରେ ଶୀର୍ଷ ନ୍ୟାୟାଳୟର ସାମ୍ବିଧାନିକ ପୀଠ ୧୦ଦିନ ଧରି ଶୁଣାଣି କରିଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ପୀଠ ଶୁଣାଣି ଶେଷ ପରେ ରାୟ ସଂରକ୍ଷିତ ରଖିଥିବା ଜଣାପଡ଼ିଛି।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଏ.ଏମ୍ ସିଂଘଭି, ରାଜୁ ରାମଚନ୍ଦ୍ରନ, କେ.ଭି ବିଶ୍ବନାଥ, ଆନନ୍ଦ ଗ୍ରୋଭର ଓ ସୌରଭ କ୍ରିପାଲ୍ ପ୍ରମୁଖ ଯୁକ୍ତି ଉପସ୍ଥାପନ କରିଥିବାବେଳେ ଶୀର୍ଷ ନ୍ୟାୟାଳୟଙ୍କ ପୀଠ ସେମାନଙ୍କ ଯୁକ୍ତି ଶୁଣିଥିଲେ। ଅନ୍ୟପକ୍ଷରେ ସମଲିଙ୍ଗୀ ବିବାହକୁ ଶୀର୍ଷ ନ୍ୟାୟାଳୟ ଆଇନଗତ ମାନ୍ୟତା ପ୍ରଦାନ ନ କରି ଏ ସମ୍ପର୍କରେ ନିଷ୍ପତ୍ତି ସଂସଦ ଉପରେ ଛାଡ଼ି ଦେବାକୁ କେନ୍ଦ୍ର ତରଫରୁ ନିଜ ଯୁକ୍ତିରେ ଦର୍ଶାଯାଇଥିଲା। ସେହିପରି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରସଙ୍ଗରେ ରାଜ୍ୟମାନଙ୍କୁ ମତାମତ ମଗାଯାଇଥିବା ବେଳେ ଏହାକୁ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ଆସାମ ସରକାର ବିରୋଧ କରୁଥିବା କେନ୍ଦ୍ର ତରଫରୁ ପୀଠକୁ ସୂଚନା ଦିଆଯାଇଥିଲା।
Comments are closed.