ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଠାରେ ଥିବା ଜେଏସଡ୍ଳୁ-ଭୂଷଣ କାରଖାନାର ଟାଉନସିପ୍ ରେ ଗୁରୁବାର ଏକ ଦୁର୍ଘଟଣା ଘଟି ଜନୈକ ଦେଢ ବର୍ଷ ବୟସ ଶିଶୁର ମୃତ୍ୟୁ ହୋଇଥିବା ପୁଲିସ ସୁତ୍ରରୁ ଜଣାପଡିଛି । ଶିଶୁଟି ଆଜି ବାଲକୋନୀରେ ଖେଳୁଥିବା ସମୟରେ ୬ ମହଲା ତଳକୁ ଖସି ପଡିଥିଲା । ମା-ବାପା ଓ ପଡ଼ୋଶୀ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ବାପା ଗୌରବ କୁମାର ଚାୱଡା ଜେଏସଡ୍ଳୁ-ଭୂଷଣ କମ୍ପାନୀର ସେଣ୍ଟ୍ରାଲ ୟୁଟିଲିଟି ଅକ୍ସିଜେନ୍ ପ୍ଳାଣ୍ଟରେ ସହକାରୀ ପରିଚାଳକ ଭାବେ କାମ କରୁଥିବାର ପ୍ରକାଶ । ଏହି ଘଟଣା ଟାଉନସିପରେ ଶୋକର ଛାୟା ଖେଳାଇ ଦେଇଛି ।
Comments are closed.