ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପାଟଣା : ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ତରଫରୁ ୯ ଦଫା ଦାବି ନେଇ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସାହାରପଡା ବ୍ଲକ ପାଚିକା ସଂଘ ପକ୍ଷରୁ ସଭାନେତ୍ରୀ ଓ ସମ୍ପାଦିକାଙ୍କ ନେତ୍ୱତ୍ବରେ ସାହାରପଡ଼ା ହାଟପଦା ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଇଓ ଉତ୍ତମ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ପାଚିକା ମାନଙ୍କୁ ଭୁଆଁ ବୁଲାଉଛନ୍ତି । ପାଚିକା ମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି। ସଂଘର ପ୍ରମୁଖ ଦାବି ମଧ୍ୟରେ ମାସକୁ ୨୬ ହଜାର ଟଙ୍କା ଦରମା, ୧୦ ମାସ ବଦଳରେ ୧୨ ମାସର ଦରମା, ବର୍ଷକୁ ୨ ଖଣ୍ଡ ଶାଢ଼ୀ ସହ ବକେୟା ୨୮ ମାସର ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ସରକାର ଯଦି ଦାବି ପୂରଣ ନ କରନ୍ତି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା କହିଛନ୍ତି ।

Comments are closed.