ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ
ଦେଶ ବିକାଶରେ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଥିବା ବୈଜ୍ଞାନିକ, ଗବେଷକ ଓ ଇଂଜିନିୟରଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମେ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ସର୍ବଭାରତୀୟସ୍ତରରେ ପାଳନ କରାଯାଉଛି। ୧୯୯୮ ମେ ୧୧ ତାରିଖରେ ରାଜସ୍ଥାନର ପୋଖରାନ୍ ଟେଷ୍ଟ ରେଞ୍ଜରେ ଭାରତୀୟ ସେନା ତିନୋଟି ପରମାଣୁ ସଫଳତାର ସହ ପରୀକ୍ଷଣ କରିଥିଲା। ଏହି ନିର୍ଦିଷ୍ଟ ଦିନ ଭାରତ ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ନିଜର ସ୍ବତନ୍ତ୍ର ପରିଚୟ ବିଶ୍ବରେ ସୃଷ୍ଟି କରିପାରିଥିଲା। ଏହା ପୂର୍ବରୁ ମଧ୍ୟ ଭାରତ ୧୯୭୪ରେ ପରମାଣୁ ପରୀକ୍ଷା କରିଥିଲା, ଯାହାର ନାମ ଥିଲା ‘ସ୍ମାଇଲିଙ୍ଗ୍ ବୁଦ୍ଧ’। ଏହି ସଫଳତା ପରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ମେ ୧୧ ତାରିଖକୁ ‘ଜାତୀୟ ପ୍ରୁଯୁକ୍ତି ବିଦ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ।
Comments are closed.