ଗୁରୁବାର ରାଶିଫଳ (୧୧.୦୫.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated May 11, 2023 Share ମେଷ : ସାହସୀ ହେବେ। ଶୁରବୀରର ମର୍ଯାଦା ପାଇବେ। ଧୈର୍ଯ୍ୟବାନ୍ ହୋଇପାରନ୍ତି। ମାତୃ କଷ୍ଟକାରକ ହୋଇପାରନ୍ତି। ଭାଷାରେ କଟୁତା ପ୍ରକାଶ ପାଇପାରେ। ଉଦାର ସ୍ବଭାବ ଓ ପରୋପକାରୀ ହେବେ। ବୃଷ : ସର୍ବଦା ହାସ୍ୟ ସୁଖସମ୍ପନ୍ନ ହେବେ। ଗଣିତଜ୍ଞ ହୋଇପାରନ୍ତି। କବି ହେବେ। ସୁନ୍ଦର ଦ୍ରବ୍ୟର ଅଭିଳାଷୀ ହେବେ। ଧନ ସଂଗ୍ରହ ନିମନ୍ତେ ସମୟ ଓ ଶକ୍ତିର ବିନିଯୋଗ କରିବେ। ରାଜସିକ ବିଦ୍ୟାଯୁକ୍ତ ହେବେ। ମିଥୁନ : ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭଲ ବ୍ୟବସାୟୀ ହେବେ। ଅଳ୍ପ ସନ୍ତତିଯୁକ୍ତ ହୋଇପାରନ୍ତି। ପରାକ୍ରମୀ ହେବେ। ରାଜସିକ ଭୋଗ କରିପାରନ୍ତି। ଧାର୍ମିକ ଭାବନାଯୁକ୍ତ ହେବେ। ଅକୁଣ୍ଠିତ ଦାନ କରିପାରନ୍ତି। କର୍କଟ : କଳା କୁଶଳୀ ହୋଇପାରନ୍ତି। ଦୈବୀ ଶକ୍ତିର ପୂର୍ଣ୍ଣ ସହାୟତା ପ୍ରାପ୍ତ ହେବେ। ବାକ୍ସିଦ୍ଧ ଓ ବାକ୍ ଚତୁର ହୋଇପାରନ୍ତି। ଲବ୍ଧ ପ୍ରତିଷ୍ଠିତ ହେବେ। ରାଜମାନ୍ୟ ମିଳିବ। ପ୍ରତାପୀ ହେବେ। ସଙ୍ଗୀତ ପ୍ରିୟ ହେବେ। ସିଂହ : ସୁଶିକ୍ଷିତ ହେବେ। କର୍ମପ୍ରବୀଣ ହେବ। ସଂଗୀତ ପାରଦର୍ଶୀ ହେବେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଦୂରଦର୍ଶୀ ହେବେ। ଈଶ୍ବରୀୟ ସତ୍ତାର ଅନୁଭବୀ ହେବେ। ସତ୍ୟବକ୍ତା ହେବେ। ସେବକ ହେବେ। କନ୍ୟା : ଧନବାନ୍ ହେବେ। କୁଳ ପ୍ରଦୀପ ହୋଇପାରନ୍ତି। ସୁଖୀ ଓ ଯଶସ୍ବୀ ହେବେ। ସ୍ବାଭିମାନୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଶିକ୍ଷାବିତ୍ ହେବେ। ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। Related Posts ୧୦ ନମ୍ବର ରାଜ୍ୟ ରାଜପଥ ପାଲଟିଛି ପାର୍କିଂ… Jan 10, 2025 ଓଡ଼ିଶାର ମହାନ ପରମ୍ପରାକୁ ଲୋକଲୋଚନ କରାଇ… Jan 10, 2025 ତୁଳା : ସୁଢ଼ଳ ଓ ସୁନ୍ଦର ଅବୟବଯୁକ୍ତ ହେବେ। ପ୍ରାଣପ୍ରିୟା ପ୍ରେମୀ ହେବେ। ଧୈର୍ଯ୍ୟବାନ୍ ଓ ଭାଗ୍ୟଶାଳୀ ହୋଇପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଶ୍ବଶୁର ଘର ତରଫରୁ ଧନ ଲାଭ ହୋଇପାରେ। ବିଛା : ସୁବୁଦ୍ଧିସମ୍ପନ୍ନ ହେବେ। ନିଜ ପରିଜନ ପୋଷକ ହେବେ। ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଗୃହ ସୁଖ ମିଳିବ। ଶତ୍ରୁ ବିଜୟୀ ହେବେ। ସତ୍କର୍ମ କରି ଲୋକପୂଜ୍ୟ ହୋଇପାରନ୍ତି। ଧନ ଲାଭ ହୋଇପାରେ। ଧନୁ : ସୁସ୍ଥ ଓ ନିରାମୟ ରହିବେ। ମୋକଦ୍ଦମାରେ ବିଜୟୀ ହେବେ। ନିର୍ବାଚନରେ କୃତକାର୍ଯ୍ୟ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ଓ ସଂଯମୀ ହେବେ। ଆତ୍ମଜ୍ଞାନ ଲାଭ କରିବେ। ମକର : ଭାଗ୍ୟବାନ୍ ହୋଇପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିବେ। ବନ୍ଧୁପ୍ରେମୀ ଓ ନୀତିଜ୍ଞ ହେବେ। ଆୟୁଷ୍ମାନ୍ ହେବେ। ଯାନବାହନ ସୁଖ ମିଳିବ। ପ୍ରଖର ସ୍ମରଣ ଶକ୍ତିସମ୍ପନ୍ନ ହୋଇପାରନ୍ତି। ବେଳେବେଳେ ପ୍ରଭାବହୀନ ହେବେ। କୁମ୍ଭ : ଧନବାନ୍ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଆୟୁଷ୍ମାନ୍ ହେବେ। ରାଜନୀତିଜ୍ଞ ଓ ଶତ୍ରୁ ବିନାଶକ ହୋଇପାରନ୍ତି। କଠିନ ପରିଶ୍ରମ କରି ଧନ ଅର୍ଜନ କରିପାରନ୍ତି। ମିତ୍ର ଓ ବନ୍ଧୁଙ୍କ ହିତକାରୀ ହେବେ। ମୀନ : ମନ ପ୍ରସନ୍ନ ରହିବ। ଉତ୍ତମା ପତ୍ନୀଙ୍କ ସହାୟତା ମିଳିବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ ହୋଇପାରନ୍ତି। ସମାଲୋଚକ ହେବେ। ସଦାଚାରୀ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। Share FacebookTwitterWhatsApp
Comments are closed.