ମୋହନା : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କର୍ଚ୍ଚବାଡ଼ି ପଞ୍ଚାୟତ ଅଧିନ ଢ଼େପାଲାଞ୍ଚୁ ଗ୍ରାମଠାରେ ଥିବା ସକାଳ ସ୍ଵେଚ୍ଛାସେବୀ ଅନୁଷ୍ଠାନର ତାଲିମ କେନ୍ଦ୍ରଠାରେ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀକୁ ନେଇ ୧୫ ଦିନିଆ ଖାଦ୍ୟ ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନାବାର୍ଡ ସହାୟତା ଓ ସକାଳ ଅନୁଷ୍ଠାନର ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ତାଲିମଦାତା ଭାବେ ବେଙ୍ଗାଲୁରୁ କେନ୍ଦ୍ରିୟ ଉଦ୍ୟାନ ପ୍ରଫେସର ଶିବାନା, କନ୍ଧମାଳ ଜିଲ୍ଲା ଜାକଫୁଟ ମିଶନର ସମ୍ପାଦକ ମନୋରଞ୍ଜନ, ରାଜ୍ୟ ପୁରସ୍କାରପ୍ରାପ୍ତ ମାଣ୍ଡିଆ ଟ୍ରେନର ଜଗନ୍ନାଥ ଚିନାରୀ, ଚାନ୍ଦିପୁଟ ଉଦ୍ୟାନ ବିଭାଗ ଅଧିଦର୍ଶକ ଗୋପୀନାଥ ସାହୁ, କର୍ଚ୍ଚବାଡି ପଞ୍ଚାୟତ ଅଙ୍ଗନାବାଡି ସୁପରଭାଇଜର ନମିତା କୁମାରୀ ପାଢୀ ପଣସ ଓ ମାଣ୍ଡିଆରୁ ମିକ୍ସଚର, ହାଲୁଆ, ଚିପସ, ଦୋସା,ସୁପ, ସେଓ,ଲଡ଼ୁ ଆଦି ବିଭିନ୍ନ ସ୍ୱାଦର ଦେଶୀ ଖାଦ୍ୟ ପ୍ରସ୍ତୁତି ଉପରେ ତାଲିମ ପ୍ରଦାନ କରିଥିଲେ।
ସେହିଭଳି କାଠକନ୍ଦା ଓ କନ୍ଧମୂଳରୁ କିଭଳି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି କରାଯାଇ ପାରିବ ସେ ସମ୍ପର୍କରେ ଭୂବନେଶ୍ଵର ସ୍ଥିତ କେନ୍ଦ୍ରିୟ କନ୍ଧ ଫସଲ ଅନୁସନ୍ଧାନ ଗବେଷଣା କେନ୍ଦ୍ର(ସିଟିସିଆରଆଇ)ର ବରିଷ୍ଠ ବୈଜ୍ଞାନିକ ନିଡୁଲ ଚେଜିଯାନ , ବୈଜ୍ଞାନିକ ଜୟଶ୍ରୀ ଡିପସିଟ ଓ ବ୍ଲକ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଯୋଗ ଦେଇ ଜାମ, ସେଓ, ଚିପସ, ମୁଡୁକି, ରୁଟି, ଚପାତି ଆଦି ଖାଦ୍ୟ ଉପରେ ଉପସ୍ଥିତ ଥିବା ୧୨ ଗୋଟି ସ୍ଵୟଂ ସହାୟିକା ଦଳକୁ ତାଲିମ ପ୍ରଦାନ କରିଥିଲେ । ଏହାସହ ବରିଷ୍ଠ ବୈଜ୍ଞାନିକ ନିଡୁଲ କାଠକନ୍ଦାକୁ କିଭଳି ଭାବରେ ବ୍ୟବହାର କଲେ ମାରତ୍ମକ କ୍ୟାନ୍ସର ରୋଗ ଦୂର ହୁଏ ଓ ମଣିଷ ସୁସ୍ଥ ଜୀବନଯାପନ କରିପାରିବ ସେ ସମ୍ପର୍କରେ ବୁଝାଇଥିଲେ। ସକାଳ ଅନୁଷ୍ଠାନର ସମ୍ପାଦକ ନଗେନ୍ଦ୍ର କୁମାର ନନ୍ଦି ପରିଚାଳନା କରିଥିବା ବେଳେ ବ୍ଳକ ସଂଯୋଜକ ସନ୍ତୋଷ ଗୌଡ଼, ପୋଗ୍ରାମ ମ୍ୟାନେଜର ଚନ୍ଦ୍ରଶେଖର ରାଓ, ମିଲେଟ ମିଶନ ସଂଯୋଜକ ରାମକୃଷ୍ଣ ବିଶୋଇ, ଯୋଗେନ୍ଦ୍ର ସ୍ଵାଇଁ ପ୍ରମୁଖ ସକାଳ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।
Comments are closed.