www.samajalive.in
Tuesday, December 9, 2025
23.1 C
Bhubaneswar

ସାଇବର ଠକେଇ ଅଭିଯୋଗରେ ଯୁବକ ଗିରଫ

ମୋହନା: ସାଇବର ଠକେଇ ଅଭିଯୋଗରେ ଜଣେ ଯୁବକକୁ ମୋହନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ଅଭିଷେକ ବାଲା।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲା ମୋହନା ଥାନା ଡେକାସିନ୍ଧବା ଗ୍ରାମର ରଘୁନାଥ ଦଳେଇ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଥିଲେ। ଅତି ଗରିବ ହୋଇଥିବାରୁ ତାଙ୍କ ଝିଅ ମାମୁନି ଦଳାଇ ବାପାଙ୍କ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବା ପାଇଁ ସାମାଜିକ ଗଣମାଧ୍ୟମର ପୋଷ୍ଟ କରିଥିଲେ। ସେହି ପୋଷ୍ଟକୁ ସାମାଜିକ ଗଣମାଧ୍ୟମରେ ଦେଖିଥିଲେ ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଜମଦେଇପୁର ଗ୍ରାମର ଅଭିଷେକ ବଳ।

ଏହାପରେ ସେ ଠକେଇ କରିବା ପାଇଁ ଯୋଜନା ଆରମ୍ଭ କରିଲେ। ପ୍ରଥମେ ମାମୁନି ଦଳାଇଙ୍କ ଫୋନ୍ ନମ୍ୱର୍ ମାଧ୍ୟମରେ ସହାୟତା ପାଇଁ ଫୋନ୍ କରିଥିଲା । ମାମୁନିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ୨୫ ଲକ୍ଷ୍ ଟଙ୍କା ଲଟେରୀରେ ମିଳିବ ବୋଲି କହିଥିଲା। ବାପା ଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିବା ବେଳେ ମାମୁନି ମଧ୍ୟ ଅତି ଶୀଘ୍ର ବିଶ୍ୱାସ କରିନେଇଥିଲା। ମାମୁନିଙ୍କୁ ପ୍ରଥମେ ୭୦୦୦ ଟଙ୍କା ଡିପୋଜିଟ କରିବା ପାଇଁ କହିବା ପରେ , ଦ୍ବିତୀୟ ରେ କୌଣସି ଟେକ୍ସ ବାନ୍ଧିବା ପାଇଁ ୬୦୦୦ ଟଙ୍କା ଡିପୋଜିଟ କରିବା ପାଇଁ କହିଥିଲା। ଶେଷରେ ଇନସ୍ୟୁରାନ୍ସ ପାଇଁ ୧୫୦୦୦ ଟଙ୍କା ମାଗିଥିଲେ ସମୁଦାୟ ୨୮୫୦୦ ଟଙ୍କା ଫୋନପେ ମାଧ୍ୟମରେ ପଠାଇଥିଲା ମାମୁନି।

- Advertisement -

ହେଲେ ଟଙ୍କା ଆସିବ କହିଥିଲା ହେଲେ ଟଙ୍କା ଆଉ ଆସିନଥିଲା। କିଛି ଦିନ ପରେ ଯୋଗାଯୋଗ ନ ହେବାରୁ ମୋହନା ଥାନାର ଦ୍ବାରସ୍ଥ ହୋଇଥିଲେ ମାମୁନି। ଏହାପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଯାଜପୁରରୁ ଅଭିଷେକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ମୋହନା ପୁଲିସ୍।ଗି ରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କାଶୀନଗର ଥାନାରେ ମାମଲା ରହିଛି। ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ ପରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଠକାମି ଘଟଣାରେ ବ୍ୟବହୃତ ସିମକୁ ଜବତ କରାଯାଇଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories