ବିର୍ସା ମୁଣ୍ଡା ହୋ ସମାଜର ବ୍ଲକ ଉପଦେଷ୍ଟା ହେଲେ ପାଣ୍ଡବ ଚାତମା
ପାଟଣା: ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଉନ୍ନତି ଆଣିବା ପାଇଁ ପ୍ରତି ପଞ୍ଚାୟତରେ ହୋ ସାମାଜ ଗଠନ କରାଯାଇଛି। ସମ୍ପ୍ରଦାୟର ଭାଷା ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ପାଇଁ ହୋ ସମାଜ ର କର୍ମକର୍ତ୍ତା ମାନେ ସଦା ସର୍ବଦା ଉଦ୍ୟମ ଜାରି ରଖିଛନ୍ତି। ଏହି ଅବସରରେ ଘଟଗାଁ ବ୍ଲକର ସାନ୍ତରାପୁର ପଞ୍ଚାୟତ ଛତିଆ ନିକଟ ରଘୁବେଡା ଡ୍ୟାମ ଠାରେ ହୋ ସମାଜର ବ୍ଲକ ସଭାପତି ପ୍ରହଲ୍ଲାଦ ଗାଗରାଇଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଘଟଗାଁ ବ୍ଲକରେ ଦୀର୍ଘ ଦିନରୁ ଖାଲି ପଡିଥିବା ଉପଦେଷ୍ଟା ପଦବୀ ନିମନ୍ତେ ପାଣ୍ଡବ ଚାତମାଙ୍କୁ ଉପଦେଷ୍ଟା ଭାବେ ଘୋଷଣା କରାଯାଇଛି। ଶ୍ରୀ ଚାତମାଙ୍କର କାର୍ଯ୍ୟଦକ୍ଷତା ସହ ଖଣ୍ଟଘର ପଞ୍ଚାୟତର ସଭାପତି ପଦବୀରେ ହୋ ସମାଜ ପ୍ରତି ଅନେକ ଅବଦାନ ରହିଥିବାରୁ ତାଙ୍କୁ ନୂତନ ଭାବେ ଘଟଗାଁ ବ୍ଲକ ହୋ ସମାଜ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସମାଜରେ ଚାଲିଥିବା ଅନ୍ଧ ବିଶ୍ବାସ, କୁସଂସ୍କାର ଓ ବାଲ୍ୟ ବିବାହର କୁପରିଣତି ଉପରେ ଉପସ୍ଥିତ ନିଜ ସମ୍ପ୍ରଦାୟର ର ଲୋକ ମାନଙ୍କୁ ସଚେତନ କରାଇବାରେ ତାଙ୍କର ଅବଦାନ ରହିଛି। ଏହି ଅବସରରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଜିଲ୍ଲା କମିଟି ସଦସ୍ୟ ଜଳଧାର ଶୀରକା, ଦୁମ୍ବି ହନହାଗା, ରାମେଶ୍ବର ସୋଏ, ସହଦେବ ହନହଗା, ବାମା ପୂର୍ତ୍ତି, ସୁଶାନ୍ତ ବାନାରା ଓ ଚମ୍ପା ଲାଗୁରୀ ପ୍ରମୁଖ ସହ ପାଞ୍ଚ ଶହରୁ ଉର୍ଦ୍ଧ ସମ୍ପ୍ରଦାୟର ଲୋକ ଉପସ୍ଥିତ ରହିଥିଲେ।
Comments are closed.