www.samajalive.in
Thursday, December 11, 2025
14.1 C
Bhubaneswar

ନାଗରିକକୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ୍ ପ୍ରୋବେସନରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୋପବନ୍ଧୁ ଏକାଡେମୀ ପ୍ରଶାସନିକ ଏକାଡେମୀଠାରେ ନିଯୁକ୍ତି ପ୍ରଶିକ୍ଷଣ ନେଉଥିବା ଓଡିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ପ୍ରଭାବଶାଳୀ ମାନବ ସମ୍ବଳ ପରିଚାଳନା ମାଧ୍ୟମରେ ସୁଶାସନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ‘୫ଟି’ ମଡେଲକୁ କଡ଼ାକଡ଼ି ପାଳନ କରି ନାଗରିକ କୈନ୍ଦ୍ରିକ ଶାସନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସମ୍ପର୍କରେ ସେ କହିଥିଲେ । ନାଗରିକ କୈନ୍ଦ୍ରିକ ଶାସନ ପ୍ରଦାନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ଶ୍ରୀ ଜେନା ଓଏଏସ୍ ପ୍ରୋବେସନରମାନଙ୍କୁ ପରାମର୍ଶ ଦେଇଥିଲେ ।କ୍ଷେତ୍ର ଅଧିକାରୀମାନେ ବ୍ୟାପକ ଗସ୍ତ କରି ସାଧାରଣ ନାଗରିକଙ୍କ ସମସ୍ୟା ବୁଝିବା ଦରକାର। ଅଭିନବ ଓ ରୂପାନ୍ତରଣ ଆଣୁଥିବା ଶାସନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ଦୃଷ୍ଟିକୋଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ପିଢ଼ିର ଯୁବ ପ୍ରଶାସନିକ ଅଧିକାରୀମାନେ ଉଚ୍ଚ ଶିକ୍ଷିତ ଏବଂ ଜ୍ଞାନକୌଶଳସମ୍ପନ୍ନ ହୋଇଥିବାରୁ ସେବା ପ୍ରଦାନର ଶେଷ ମାଇଲରେଥିବା ନାଗରିକମାନଙ୍କୁ ସରକାରୀ ସେବା ପ୍ରଦାନ କରିବାରେ ଅଧିକ କ୍ଷମତା ରଖୁଛନ୍ତି। ସେ ପ୍ରୋବେସନରମାନଙ୍କୁ ଉତ୍ତମ ଆଚରଣ, ଶୃଙ୍ଖଳିତ, ସ୍ପଷ୍ଟବାଦୀ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବାକୁ ପରାମର୍ଶ ଦେଇଥିଲେ।ଅଧିକାରୀମାନେ ଆଇନପ୍ରତି ଆନୁଗତ୍ୟ ରହି ଜନସାଧାରଣଙ୍କ ବୃହତ ସ୍ୱାର୍ଥ ପାଇଁ କାର୍ୟ୍ୟ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

- Advertisement -

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଂଚଳର ଅଭିନବ ରଣନୀତି ସହାୟକ ହୋଇଥାଏ। ସେ କହିଛନ୍ତି, ବରିଷ୍ଠ ଅଧିକାରୀଙ୍କ ସେମାନଙ୍କର ଅଭିନବତ୍ୱ ଉପରେ ଅଧିକାର ନାହିଁ। ଏହା ଲୋକମାନଙ୍କ ଠାରୁ ଆସିଥାଏ। ତେଣୁ ସକ୍ରିୟ ଭାବରେ ଧ୍ୟାନପୂର୍ବକ ଜନସାଧାରଣ କଥା ଶୁଣିବା ସହ ସେମାନଙ୍କ ମତାମତ, ସଂସ୍କରଣ ଓ ଦୃଷ୍ଟିକୋଣକୁ ଅଣଦେଖା ନ କରିବାକୁ ସେ ଯୁବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।କଳାହାଣ୍ଡି ଜିଲ୍ଲାରେ ପ୍ରଭାବଶାଳୀ ଏବଂ ଦକ୍ଷ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ପାଇଁ ଅଭିନବ ରଣନୀତି ଜାଣିବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀମାନେ କିପରି କ୍ଷେତ୍ର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରୁଥିଲେ ସେ ବିଷୟରେ ସେ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ବର୍ଷ ବର୍ଷ ଧରି ପ୍ରଭାବଶାଳୀ ବିପର୍ୟ୍ୟୟ ପରିଚାଳନାକ୍ଷେତ୍ରରେ ଆମ ରାଜ୍ୟର ସଫଳତା ସମ୍ପର୍କରେ ସେ ବର୍ଣ୍ଣନା କରିଥିଲେ।

ବର୍ତ୍ତମାନର ସରକାର ଅଧିକ ପ୍ରଗତିଶୀଳ ଓ ଅଧିକାରୀମାନଙ୍କ କାର୍ୟ୍ୟଶୈଳୀକୁ ନେଇ ସତର୍କ ଅଛନ୍ତି ବୋଲି ସେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଅଧିକାରୀମାନଙ୍କୁ କେବଳ ପ୍ରଶାସନିକ ତଦାରଖର ଏକ ଦୃଢ଼ ବ୍ୟବସ୍ଥା ମାଧ୍ୟମରେ ନିରୀକ୍ଷଣ କରାଯାଏ ନାହିଁ, ବରଂ ସେମାନଙ୍କ କାର୍ୟ୍ୟକଳାପକୁ ସାଧାରଣତଃ ଲୋକମାନେ ମଧ୍ୟ ଅନୁଧ୍ୟାନ କରିଥାନ୍ତି। ସୂଚନା ଅଧିକାର ଆଇନ୍ ଏବଂ ଓଡ଼ିଶା ଲୋକସେବା ଅଧିକାର ଆଇନ ଇତ୍ୟାଦି ଜନସାଧାରଣଙ୍କୁ ଅଧିକ ସଚେତନ ଓ କର୍ମଚାରୀମାନଙ୍କୁ ଅଧିକ ଉତ୍ତରଦାୟୀ କରୁଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଆର.କେ. ଶର୍ମା, ଆଇଏଏସ ରାଜ୍ୟର ସିଭିଲ୍ ସର୍ଭିସେସ୍ ମୁଖ୍ୟ ହିସାବରେ ମୁଖ୍ୟ ଶାସନ ସଚିବଶ୍ରୀ ଜେନା, ଓଏଏସ ପ୍ରୋବେସନରମାନଙ୍କୁ ସମ୍ବୋଧିତ କରି ସେମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ଶର୍ମା ପ୍ରୋବେସନରଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ପରିଦର୍ଶନ,ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଚ ସହ ମେଣ୍ଟର-ସିପ୍ ପ୍ରୋଗ୍ରାମ ଏବଂ ମ୍ୟାନେଜମେଣ୍ଟ ମଡ୍ୟୁଲ , ଯୋଗ ଅଧିବେଶନ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ଭଳି ନିଯୁକ୍ତିପ୍ରଶିକ୍ଷଣ କ୍ଷେତ୍ରରେ ଏକାଡେମୀ ଦ୍ୱାରା ଅଣାଯାଇଥିବା ବହୁବିଧ ପରିବର୍ତ୍ତନ ଓ ସଂସ୍କାର ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶାରେ ପ୍ରଶାସନିକ ସେବା ପାଇଁ ସଚ୍ଚୋଟ, ଦକ୍ଷ, ସମ୍ବେଦନଶୀଳ, ଦୟାଶୀଳ ଓ ଟିମ୍ ଭିତ୍ତିକ ଅଧିକାରୀ ଯୋଗାଇଦେବା ପାଇଁ ଏକାଡେମୀର ପ୍ରତିବଦ୍ଧତାକୁ ଶ୍ରୀ ଶର୍ମା ଦୋହରାଇଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories