www.samajalive.in
Monday, December 15, 2025
24.1 C
Bhubaneswar

ସରକାରୀ କଳରେ ପରିବର୍ତ୍ତନ ଆଣିଛି ୫-ଟି ଓ ମୋ ସରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଯୋଜନାର ଲାଭ ଏବଂ ଗୁଣାତ୍ମକ ଜନସେବା କିପରି ସଠିକ୍ ସମୟରେ ପ୍ରଦାନ କରାଯିବ, ତାହା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ରୂପାନ୍ତରଣ ପଦକ୍ଷେପ ନେଇଛନ୍ତି। ସରକାରୀ କଳରେ ୫-ଟି ଏବଂ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ବିକାଶ ପ୍ରକ୍ରିୟାରେ ଜନଭାଗିଦାରୀ ଏହା ସୁନିଶ୍ଚିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ସ୍ଥାନୀୟ ଏକ୍ସଆଇଏମ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଓଡ଼ିଶା ଅର୍ଥସେବା ସଂଘର ୩୨ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଲଗାତାର ଦୁଇଥର ବିଶ୍ବକପ୍ ହକିର ଆୟୋଜନ, ମହାମାରୀର ପ୍ରଭାବଶାଳୀ ପରିଚାଳନା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣର ବିଶାଳ ସଫଳତା ଏବଂ ଅନ୍ୟାନ୍ୟ ସଫଳତା ନୂତନ ଓଡ଼ିଶାର ଉତଥାନକୁ ସୂଚିତ କରିଛି। ଆମେ ବର୍ତ୍ତମାନ ସାମାଜିକ-ଅର୍ଥନୈତିକ ବିକାଶର ପ୍ରତ୍ୟେକ ମାନଦଣ୍ଡରେ ଦେଶକୁ ଆଗେଇ ନେଉଛୁ। ଆମ ରାଜ୍ୟର ସମସ୍ତ ସଫଳତାର କାହାଣୀର ମୂଳରେ ରହିଛି ଆର୍ଥିକ ଅନୁଶାସନ, ସମ୍ବଳର ପ୍ରଭାବଶାଳୀ ସଂଗ୍ରହ ଏବଂ ନୀତି ପ୍ରସ୍ତୁତ କରିବାରେ ସମ୍ବଳର ସଠିକ୍ ଏବଂ ଯଥାର୍ଥ ବ୍ୟବହାର। ଓଡ଼ିଶା ଅର୍ଥସେବାର ଅବଦାନ ସମ୍ପର୍କରେ ବ୍ୟାଖା କରିବାର ଆବଶ୍ୟକତା ନାହିଁ। ସରକାରଙ୍କ ବିକାଶ ପ୍ରୟାସ ଏବଂ ପରିବର୍ତ୍ତନଶୀଳ ପଦକ୍ଷେପଗୁଡ଼ିକରେ ଏହି କ୍ୟାଡରକୁ ସ୍ବତନ୍ତ୍ର ଭାବରେ ସ୍ଥାନିତ କରାଯାଇଛି। ଆର୍ଥିକ ପ୍ରଦର୍ଶନରେ ଓଡ଼ିଶା ବର୍ତ୍ତମାନ ବୃହତ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି। ଆମର ନିଜସ୍ବ ଟିକସ ରାଜସ୍ବ ସଂଗ୍ରହ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଆମର ନିଜସ୍ବ ରାଜସ୍ବ ମୋଟ୍ ରାଜସ୍ବର ୬୦% ଅଟେ। କେନ୍ଦ୍ର ଉପରେ ଆମର ନିର୍ଭରଶୀଳତା ହ୍ରାସ ପାଇଛି। ଏହା ବର୍ତ୍ତମାନ ଆମର ମୋଟ୍ ରାଜସ୍ବର ୪୦%ରେ ପହଞ୍ଚିଛି। ଆମର ସମନ୍ବିତ ଆର୍ଥିକ ପରିଚାଳନା ବ୍ୟବସ୍ଥା ଅନ୍ୟ ରାଜ୍ୟ ପାଇଁ ମଡେଲ୍ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏକ ନୂତନ ଏବଂ ସଶକ୍ତ ଓଡ଼ିଶା ନିର୍ମାଣରେ ଓଡ଼ିଶା ଅର୍ଥସେବାର ଅଧିକାରୀମାନେ ଆହ୍ବାନକୁ ଗ୍ରହଣ କରି ଉତ୍ସର୍ଗୀକୃତ ଏବଂ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories