www.samajalive.in
Monday, December 15, 2025
24.1 C
Bhubaneswar

ବୁର୍ଲା ଭିସୁଟରେ ପ୍ରଥମ ଘଟଣା ; ଜଣେ ଛାତ୍ର ଓ ଛାତ୍ରୀଙ୍କୁ ଟିସି ଦେଇ ବିଦାକଲେ କର୍ତ୍ତୃପକ୍ଷ

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍) କର୍ତ୍ତୃପକ୍ଷ ଏକ ଦୃଷ୍ଟାନ୍ତମୁଳକ ପଦକ୍ଷେପ ନେଇଛନ୍ତି । ଭିସୁଟ୍ କର୍ତ୍ତୃପକ୍ଷ ଏକ ଘଟଣାର ତଦନ୍ତ କରି ଜଣେ ଛାତ୍ର ଏବଂ ଜଣେ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରୁ ଟିସି ଦେଇ ତାଙ୍କ ଠାରୁ ଅଣ୍ଡରଟେକିଙ୍ଗ ରଖି ବହିଷ୍କାର କରିଥିବା ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ବେଶ କିଛିଦିନ ତଳେ ଘଟିଥିବା ବେଳେ କର୍ତ୍ତୃପକ୍ଷଙ୍କ ଏଭଳି ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଭିସୁଟ ଇତିହାସରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ମତେ ଭିସୁଟର ଉତ୍ପାଦନ ଇଂଜିନିୟରିଙ୍ଗ ବିଭାଗ (ପ୍ରଡକ୍ସନ ଇଂଜିନିୟରିଙ୍ଗ)ର ପ୍ରଥମ ବର୍ଷର ଜଣେ ଛାତ୍ର ଏବଂ ଜଣେ ଛାତ୍ରୀ ଗତ କିଛିଦିନ ପୁର୍ବରୁ ନିଜ ବିଭାଗର ଛାତ ଉପରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ଧରାପଡିଥିଲେ। ଏହାପରେ ଭିସୁଟ୍ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ଶୃଙ୍ଖଳା କମିଟିର ବୈଠକ କରିବା ଘଟଣାର ଉପରେ ବିଚାରବିମର୍ଶ କରିଥିଲେ। କମିଟିର ରିପୋର୍ଟକୁ ଆଧାର କରି ଭିସୁଟ କର୍ତ୍ତୃପକ୍ଷ ଉଭୟ ଛାତ୍ର ଏବଂ ଛାତ୍ରୀଙ୍କୁ ଟିସି ଦେଇ ବିଶ୍ୱବିଦ୍ୟାଳୟରୁ ବିଦା କରିଥିବା ସୂଚନା  ମିଳିଛି । ତେବେ କର୍ତ୍ତୃପକ୍ଷଙ୍କ ଏଭଳି ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଛାତ୍ରଛାତ୍ରୀଙ୍କୁ ଅନୁଶାସନ ତଥା ଶୃଙ୍ଖଳିତ ଭାବରେ ରହିବା ଲାଗି ଦିଗଦର୍ଶନ ଦେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଭିସୁଟ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories