www.samajalive.in
Monday, December 15, 2025
14.1 C
Bhubaneswar

‘ରାଜିନାମା ଆଧାରରେ ସୀମା ସମସ୍ୟା ସମାଧାନ ହେଉ’

ନୂଆଦିଲ୍ଲୀ : ସାଙ୍ଘାଇ ସମନ୍ବୟ ସଂଗଠନ (ଏସସିଓ) ବୈଠକ ଅବସରରେ ଗୁରୁବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ସାଙ୍ଗଫୁ ଲିଙ୍କ ମଧ୍ୟରେ ବୈଠକ ହୋଇଛି। ଗଲୱାନ ସଂଘର୍ଷ ପ୍ରଥମ କରି ଭାରତ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଛି। ବୈଠକରେ ଉଭୟ ଦେଶର ପ୍ରତିନିଧି ଦଳ ଉପସ୍ଥିତ ରହିଥିଲେ। ବୈଠକରେ ସୀମା ବିବାଦ ଓ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରାଯାଇଛି। ରାଜନାଥ କହିଛନ୍ତି ଯେ ଦୁଇ ଦେଶର ସୀମା ବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଯେଉଁ ବିବାଦ ଲାଗି ରହିଛି ତାକୁ ପୂର୍ବ ଧାର୍ଯ୍ୟ ରାଜିନାମା ଆଧାରରେ କରାଯାଉ। ସୀମା ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଅନେକ ରାଜିନାମା ଓ ଚୁକ୍ତି ହୋଇଛି। ଏହି ଚୁକ୍ତିକୁ ସମ୍ମାନ ଜଣାଇ ସୀମା ବିବାଦର ସମାଧାନ କରାଯିବା ଦରକାର। ରାଜନାଥ କହିଛନ୍ତି ସୀମାରେ ଶାନ୍ତି ଓ ସ୍ଥିରତା ଉଭୟ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ। ଆଉ ଦୁଇ ଦେଶର ସୀମା ସ୍ଥିତିରେ ଉନ୍ନତି ବିନା ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିପାରିବ ନାହିଁ। ତେଣୁ ସୀମା ସ୍ଥିତିରେ ଉନ୍ନତି ଆଣିବା ଦିଗରେ ମିଳିତ ଉଦ୍ୟମ କରାଯିବା ଦରକାର। ୨୦୨୦ ଜୁନ୍‌ରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ କରି ପ୍ରତିରକ୍ଷା ମନ୍ତ୍ରୀସ୍ତରରେ କଥାବାର୍ତ୍ତା ହୋଇଛି।
ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୀମା ସ୍ଥିତି ଓ ସୀମା ସ୍ଥିତିରେ ଉନ୍ନତି ସମ୍ପର୍କରେ ରାଜନାଥ ତାଙ୍କ ଚୀନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି। ସୀମା ବିବାଦକୁ ଦୁଇ ଦେଶ ମଧ୍ୟରେ ପୂର୍ବରୁ ରହିଥିବା ବୁଝାମଣା ଓ ଚୁକ୍ତି ଆଧାରରେ ସମାଧାନ କରାଯିବା ଦରକାର। ସୀମା ବୁଝାମଣାକୁ ଉଲ୍ଲଙ୍ଘନ କରିବା ଦ୍ବାରା ହିଁ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତତା ସୃଷ୍ଟି ହେଉଛି। ଏହା ସହିତ ସୀମାରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଯୁକ୍ତି ଆଧାରିତ ହେବା ଦରକାର। ଏପ୍ରିଲ ୨୮ରେ ଏସସିଓ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ହେବ। ଭାରତ ଅଧ୍ୟକ୍ଷତାରେ ହେଉଥିବା ବୈଠକରେ ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷ୍‌, ତାଜିକସ୍ତାନ ଓ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେବେ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଆଭାସି ମାଧ୍ୟମରେ ବୈଠକରେ ଯୋଗ ଦେବେ। ସେହିପରି ମେ ୪ରେ ହେବାକୁ ଯାଉଥିବା ଏସସିଓ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବାକୁ ଚୀନ ବୈଦେଶିକ ମନ୍ତ୍ରୀ କ୍ବ ଗାଙ୍ଗ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ସୀମା ବିବାଦର ସମାଧାନ ପାଇଁ ଗତ ରବିବାର ଭାରତ-ଚୀନ ସେନାର କମାଣ୍ଡରସ୍ତରୀୟ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ଉଭୟ ଦେଶ ପଶ୍ଚିମ ସେକ୍ଟରରେ ସ୍ଥିରତା ବଜାୟ ରଖିବା ଲାଗି ସମ୍ମତି ପ୍ରକାଶ କରିଥିଲେ। ଗଲୱାନ ସଂଘର୍ଷ ପରେ ଦୁଇ ଦେଶର ସୀମା ଉତ୍ତେଜନା ହ୍ରାସ ପାଇଁ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଜାରି ରହିଛି। ବାରମ୍ବାର କଥାବାର୍ତ୍ତା ସତ୍ତ୍ବେ ସୀମାରେ ଶାନ୍ତି ଫେରିପାରୁ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories