ନାସାର ହବଲ ଦୂରବୀକ୍ଷଣ ଯନ୍ତ୍ର ଉତ୍ତୋଳନ କଲା ହସ ଚିହ୍ନ ପରି ତାରକା ପୁଞ୍ଜ
ନ୍ୟୁୟର୍କ .- ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା’ ମହାକାଶକୁ ପ୍ରେରଣ କରିଥିବା ହବଲ ଦୂରବୀକ୍ଷଣ ଯନ୍ତ୍ର ହସ ଚିହ୍ନ (ସ୍ମାଇଲିଂ ଫେସ୍) ପରି ଏକ ତାରକା ପୁଞ୍ଜର ଚିତ୍ର ଉତ୍ତୋଳନ କରିଛି । ଏକ ଆକାଶଗଙ୍ଗାର(ଗାଲାକ୍ସି) ଆଲୋକ କୌଣସି ବିଶାଳକାୟ ବସ୍ତୁ ମଧ୍ୟଦେଇ ଗତି କରିବାରୁ ଏପରି ବକ୍ର ଆଲୋକ ସୃଷ୍ଟି ହୋଇଥାଏ ପାରେ ବୋଲି ମହାକାଶ ବିଜ୍ଞାନୀମାନେ ମତ ଦେଇଛନ୍ତି ।
ହବଲ ଦୂରବୀକ୍ଷଣ ଯନ୍ତ୍ର ନୂତନ ତାରକା ପୁଞ୍ଜ କିପରି ସୃଷ୍ଟି ହୋଇଥାଏ ସେ ବିଷୟରେ ଅଧ୍ୟୟନ କରୁଥିବା ବେଳେ ଏହି ଫଟୋ ଉତ୍ତୋଳନ କରିଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି । ହବଲ ଦୂରବୀକ୍ଷଣ ଯନ୍ତ୍ରରେ ଥିବା କ୍ୟାମେରା ଏହାରା ଅତି ଉଚ୍ଚକୋଟୀର ଫଟୋ ଉତ୍ତୋଳନ କରିଛି । ଏଥିରେ ଅତି ବିଶାଳ ବାଷ୍ପୀୟ ବସ୍ତୁରୁ କିପରି ନୂତନ ତାରକାର ସୃଷ୍ଟି ହୁଏ ସେ ବିଷୟରେ ଅଧ୍ୟୟନ ଓ ଗବେଷଣା କରି ହେବ ବୋଲି ନାସା ସୂଚନା ଦେଇଛି ।