www.samajalive.in
Monday, December 15, 2025
24.1 C
Bhubaneswar

ଜମିର ଚକ ସମସ୍ୟା ନେଇ ଜିଲାପାଳଙ୍କ ନିକଟରେ ଦାବିପତ୍ର

ସମ୍ବଲପୁର: ସମ୍ବଲପୁର ଜିଲାପାଳଙ୍କ ନିକଟରେ ଜମିର ଚକ ମେଜର ସମସ୍ୟା ନେଇ ବରିଷ୍ଠ ଚାଷୀ ନେତା ରାମସାଗର ସାହୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବୁଧବାର ଦେଇଥିବା ଦାବିପତ୍ର ଅନୁଯାୟୀ, ଚକବନ୍ଦି, ଜମି ଚିହ୍ନଟ ତଥା ଡିମାରକେସନ ଆଦି ସ୍ଥଗିତ କରିବା ସହିତ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଦାବି କରିଛନ୍ତି। ଦଣ୍ଡେଇପାଲି ଓ କୁଦୋପାଲି ଗ୍ରାମର ଚାଷୀ ମାନଙ୍କୁ ଜବରଦସ୍ତି ଧାନ ବିକିବା ପାଇଁ ଏବଂ ଜଳକର ଅସୁଲି ପାଇଁ ଚକ ବ୍ୟବସ୍ଥାରେ ବାଧ୍ୟ କରାଯାଉଛି, ଯାହାକି ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି। ଏଣୁ ଏହି ଅଞ୍ଚଳରେ ମେଜର ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଡିମାର୍କେସନ ଓ ଚକ ଦଖଲ ସ୍ଥଗିତ କରାଯାଉ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories