www.samajalive.in
Monday, December 15, 2025
16.1 C
Bhubaneswar

ପଣ୍ଡିତ ଗଙ୍ଗାଧର ସ୍ମୃତି କମିଟି ପକ୍ଷରୁ ବିଦ୍ୟାଳୟକୁ ପ୍ରିଣ୍ଟର ପ୍ରଦାନ

ଆଠଗଡ଼: ପଣ୍ଡିତ ଗଙ୍ଗାଧର ସ୍ମୃତି କମିଟି ପକ୍ଷରୁ ସୋମବର ସ୍ଥାନୀୟ ବୀରକିଶୋରପୁରସ୍ଥିତ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିରକୁ ଏକ ଜେରକ୍ସ ପ୍ରିଣ୍ଟର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ପ୍ରଧାନଆଚାର୍ଯ୍ୟ ଶିଶିର କୁମାର ମିଶ୍ରଙ୍କ ଅ୍ମକ୍ଷତାରେ ଆୟୋଜିତ ସଭାରେ ପଣ୍ଡିତ ଗଙ୍ଗାଧର ସ୍ମୃତି କମିଟି ମୁଖ୍ୟ ତଥା ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ଶିକ୍ଷଣର ଉପଯୋଗ ପାଇଁ ଆବଶ୍ୟକ ଥିବା ଏକ ପ୍ରିଣ୍ଟର ତଥା ଜେରକ୍ସ ଉପକରଣକୁ ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ଶିକ୍ଷଣ ବ୍ୟବସ୍ଥା ଏବଂ ଏଥିରେ ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକ ଶିକ୍ଷିକା ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ଡାକ୍ତର ମିଶ୍ର ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ନିଳାଦ୍ରୀ ସାହୁ, ଶିକ୍ଷକ ବିଚିତ୍ର କୁମାର ସ୍ୱାଇଁ, ଶିକ୍ଷିକା ପ୍ରଭାତୀ ସାହୁ, ସୁନୀତା ରାଉତ, ରୀନା ନାୟକ, ଶକ୍ତମଣୀ ସାହାଣୀ, ପୂଜା ବର, ରାନୁ ବେହେରା ଓ ଲିପି ବେଉରା ପ୍ରମୁଖ ଉପସ୍ଥିତ ରହିବା ସହ ଗଙ୍ଗାଧର ସ୍ମୃତି କମିଟି ଏବଂ ଡାକ୍ତର ମିଶ୍ରଙ୍କୁ ଏହି ମହନୀୟ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories