ନର୍ଲା: ଅକ୍ଷୟ ତୃତୀୟା ଅବସରରେ ନର୍ଲା ବ୍ଲକ କୃଷି ଅଧିକାରୀ ରଜତ ମିଶ୍ର ଓ ଆତ୍ମାର ଅଧ୍ୟକ୍ଷ ଆଲୋକ ଚାନ୍ଦଙ୍କ ପୌରହିତ୍ୟରେ ବସୁଧା ମାତାର ପୂଜା ସହ ଶୁଭ ଅନୁକୂଳ କରାଯାଇଛି। ନର୍ଲା ବ୍ଳକ୍ ଅନ୍ତର୍ଗତ ରାକ୍ସି ଓ ବାଲିସିଙ୍ଗା ପଂଚାୟତ ଠାରେ ଦେଖିବାକୁ ମିଳିଥିଲା ଧରଣୀ ପୀଠରେ ପୋଢବଳୀ ପ୍ରଥା। ଅକ୍ଷୟ ତୃତୀୟା ଅବସରରେ କନ୍ଧ ସମ୍ପ୍ରଦାୟରେ ପୂର୍ବଜ ମାନଙ୍କ ପରମ୍ପରା ଅନୁଯାୟୀ ଚଳି ଆସୁଅଛି ପୋଡ଼ ବଳୀ ପ୍ରଥା। ଉକ୍ତ ପ୍ରଥାରେ ନିଜର ଇଷ୍ଟ ଦେବୀ ମା ଧରଣୀଙ୍କ ପୀଠରେ ପ୍ରତି ୧୨ ବର୍ଷରେ ଥରେ ପୋଡ଼ବଳୀ ଅର୍ପଣ କରାଯାଇଥାଏ। ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ୧୨ ବର୍ଷ ପୁରଣ ଅବସରରେ ଧରଣୀ ପୀଠରେ ପୋଡ଼ ବଳି ଦିଆଯାଇଥିଲା। ଏହି ପୂଜାରେ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ।
Popular Categories



