www.samajalive.in
Sunday, December 7, 2025
23.1 C
Bhubaneswar

ମଣ୍ଟୁ ଛୁରିଆଙ୍କ ନାଁରେ ଗୀତ ଚୋରି ଅଭିଯୋଗ ଆଣିଲେ ମାଲକାନଗିରି ଗୀତିକାର

ମାଲକାନଗିରି: ମାଲକାନଗିରି ଜିଲାର ଗୀତିକାରଙ୍କ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ଓଡ଼ିଶାର ସୁନାମଧନ୍ୟ ଗାୟକ ମଣ୍ଟୁ ଛୁରିଆ ଓ ଗୀତିକାର ଅକ୍ଷୟ କୁମାର ସିମୁଳିଆଙ୍କ ନାମରେ ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲାର ଆଦିବାସୀ ଗୀତିକାର ହାଡୁ ତଳିଆ। ମାଲକାନଗିରି ଜିଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ସମୟରେ ‘ଆମର ଜିଲା ମାଲକାନଗିରି, ମାଲ୍ୟବନ୍ତ ଗିରି’ ଗୀତ ଲେଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଲାର ହାଡୁ ତଳିଆ। ସେ ଆହୁରି ଅନେକ ଗୀତ ମଧ୍ୟ ଲେଖିଛନ୍ତି। ଏବେ ହାଡୁ ନିଜ ଗୀତ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।

ହାଡୁଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୦୨୨ ଅକ୍ଟୋବର ମାସରେ କୋରାପୁଟ ଜିଲାର ଗୀତିକାର ଅକ୍ଷୟ କୁମାର ସିମୁଳିଆ ହାଡୁଙ୍କୁ ଏକ ଗୀତ ଲେଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଗୀତ ରିଲିଜ୍ ହେବା ପରେ ଉଭୟଙ୍କ ନାମରେ ରିଲିଜ ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହାକୁ ନେଇ ‘ଝିଲକୀ ଝିପା ନନୀ’ ନାମକ କୋରାପୁଟିଆ ଆଦିବାସୀ ଗୀତ ରଚନା କରିଥିଲେ ହାଡୁ। ‘ସୁର ଭାଇବ୍ରେସନ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ରିଲିଜ ହେଲା। ଗୀତକୁ ଗାଇଛନ୍ତି ଓଡ଼ିଶାର ଦୁଇ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଜୟଶ୍ରୀ ଧଳ। କିନ୍ତୁ ଗୀତ ଲେଖିବା ବାବଦକୁ କୌଣସି ପାଉଣା ମିଳିବା ତ ଦୂରର କଥା, ଗୀତ ରିଲିଜ୍ ହେବାପରେ ହାଡୁଙ୍କ ନାମ ଦିଆ ନ ଯାଇ ଗୀତିକାର ଅକ୍ଷୟ କୁମାର ସିମୁଳିଆ ନିଜ ନାମକୁ ଦେଇଥିବା ହାଡୁ ଅଭିଯୋଗ କରିଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories