www.samajalive.in
Saturday, December 13, 2025
23.1 C
Bhubaneswar

ଧନତେରାସ୍‌ରେ କରନ୍ତୁ ନାହିଁ ଏହି ଭୁଲ୍‍ : ମାଡ଼ି ଆସିବ ଦୁର୍ଦ୍ଦଶା

ଚଳିତ ବର୍ଷର ଧନତେରାସ୍‌ରେ ପାଖେଇ ଆସୁଛି। ଏହିଦିନରେ ଧନୀ ହେଉ ବା ଗରିବ ସମସ୍ତେ କିଣାକିଣି କରିଥାଆନ୍ତି। ଅଧିକାଂଶ ଲୋକେ ଏହିଦିନରେ ସୁନାର ଗହଣା କିଣି ଥାଆନ୍ତି। ହେଲେ ଖୁବ୍‍ କମ୍‍ ଲୋକଙ୍କୁ ଏବିଷୟରେ ଜଣାଥିବ ଯେ, ସୁନା ସମସ୍ତଙ୍କ ପାଇଁ ଶୁଭପ୍ରଦ ହୋଇ ନଥାଏ। ଜ୍ୟୋତିଷ ଶାସ୍ତ୍ରରେ ସୁନାକୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି। ଏହାକୁ ସମୃଦ୍ଧିର ପ୍ରତୀକ ମଧ୍ୟ କୁହାଯାଏ। ସୁନା ଯଦି କୁପ୍ରଭାବ ପକାଏ ତେବେ ବଭିନ୍ନ ଦୁର୍ଘଟଣା ମଧ୍ୟ ଘଟିଥାଏ। ତେଣୁ ସୁନା ପିନ୍ଧିବା ପୂର୍ବରୁ ଏହାର ଶୁଭ ଓ ଅଶୁଭ ପ୍ରଭାବ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ। ତେବେ ଧନତେରାସ୍‌ରେ ସୁନା କିଣିବା ପୂର୍ବରୁ ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା –

 

- Advertisement -

ମେଷ, କର୍କଟ, ସିଂହ ଓ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁନା କିଣିବା ଓ ଧାରଣ କରିବା ଉତ୍ତମ ରହିବ। ଏମାନେ ଧନତେରାସ୍‌ରେ ସୁନା କିଣି ପାରିବେ। ଏମାନଙ୍କ ପାଇଁ ସୁନା ଶୁଭ ଫଳଦାୟୀ ରହିବ।

 

ଅନ୍ୟପକ୍ଷରେ ବିଛା ଓ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁନାର ପ୍ରଭାବ ମଧ୍ୟମ ଧରଣର ରହିବ। ଏମାନଙ୍କ ପାଇଁ ସୁନା ଅଧିକ ଶୁଭ ଫଳ ଦିଏ ନାହିଁ କି ଅଧିକ ଅଶୁଭ ଫଳ ମଧ୍ୟ ଦେଇ ନଥାଏ।

 

ବୃଷ, ମିଥୁନ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁନା ଶୁଭଫଳ ଦେବ ନାହିଁ। ଏମାନେ ଧନତେରାସ୍‌ରେ ସୁନା କିଣିବା ଉଚିତ୍‍ ନୁହେଁ।

 

ତୁଳା ଓ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଧନତେରାସ୍‌ରେ ସୁନା କିଣିବା ବା ଧାରଣ କରିବା ଆଦୌ ଶୁଭପ୍ରଦ ନୁହେଁ। ତେଣୁ ଏମାନେ ଧନ୍‍ତେରସରେ ସୁନା ବଦଳରେ ଅନ୍ୟ କୌଣସି ଧାତୁର ସାମଗ୍ରୀ କିଣିବା ଉଚିତ୍‍।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories