www.samajalive.in
Saturday, December 13, 2025
23.1 C
Bhubaneswar

କାହିଁକି ମା’କାଳୀଙ୍କ ପାଦତଳେ ଭଗବାନ ଶିବଙ୍କୁ ଶୟନ ମୁଦ୍ରାରେ ଦେଖିବାକୁ ମିଳେ!

ଭଗବତୀ ଦୁର୍ଗାଙ୍କ ଉଗ୍ର ରୂପ ହେଉଛନ୍ତି ମା’କାଳୀ। ରାକ୍ଷସମାନଙ୍କ ବିନାଶ କରିବା ପାଇଁ ମା’ ଏହି ରୂପ ଧାରଣ କାରିଥିଲେ। ସାଧାରଣତଃ ଆପଣ ଦେଖିଥିବେ ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି। ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଚାଲନ୍ତୁ ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଓ ତତ୍‍ସହିତ ମା’ଦୁର୍ଗା କାହିଁକି ମହାକାଳୀ ରୂପ ଧାରଣ କରିଥିଲେ ସେ ବିଷୟରେ –

ସାଧାରଣତଃ ଦେବୀ ମହାତ୍ମ୍ୟରେ କାଳୀ ବା ମହାକାଳୀଙ୍କର ବର୍ଣ୍ଣନା ରହିଛି ।  ବିଭିନ୍ନ ଶାସ୍ତ୍ରରେ କାଳୀଙ୍କର ଉତ୍ପତି ନେଇ ବିଭିନ୍ନ ବର୍ଣ୍ଣନା ଅଛି ।

- Advertisement -

ଚଣ୍ଡ ମୁଣ୍ଡଙ୍କୁ ବଦ୍ଧ କରିବା ସମୟରେ ମାଆ ଦୂର୍ଗା ଅତି କ୍ରୋଧିତ ହୋଇଥିଲା । ସେହି ସମୟରେ ସେ କୃଷ୍ଣ ବର୍ଣ୍ଣ ଧାରଣ କରିଥିଲେ । ମାଆଙ୍କର ମଥାରୁ କାଳୀ ଆବିର୍ଭାବ ହୋଇଥିଲେ । ଚଣ୍ଡମୁଣ୍ଡଙ୍କ ବଦ୍ଧ ସହ ରକ୍ତବୀର୍ଯ୍ୟର ବଦ୍ଧ କାଳୀଙ୍କ ଦ୍ୱାରା ହୋଇଥିଲା ବୋଲି ଉଲ୍ଲେଖ ଅଛି ।

ସେହି ପରି କେତକ ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ ରାକ୍ଷସ ଘୋର ତପସ୍ୟା ବଳରେ ବ୍ରହ୍ମାଙ୍କଠାରୁ ବରଦାନ ପାଇଥିଲା। ବରଟି ଏପରି ଥିଲା ଯେ, ତା’ ରକ୍ତର ଗୋଟିଏ ବି ବୁନ୍ଦା ଭୂମି ଉପରେ ପଡ଼ିଲେ ତା’ ଭଳି ଅନେକ ରକ୍ତବୀର୍ଯ୍ୟ ସୃଷ୍ଟି ହେବେ। ରାକ୍ଷସ ଏହି ବରଦାନର ଖରାପ ବ୍ୟବହାର କରି ତିନି ଲୋକରେ ହାହାକାର ସୃଷ୍ଟି କରିଥିଲା। ନିର୍ଦ୍ଦୋଷ ଲୋକମାନଙ୍କୁ ହତ୍ୟା କରିବାକୁ ଲାଗିଲା। ଏହାପରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହେଲା। ଯୁଦ୍ଧ ସମୟରେ ବରଦାନ କାରଣରୁ ସେ ରାକ୍ଷସର ଗୋଟିଏ ବୁନ୍ଦା ରକ୍ତରୁ ତା’ଭଳି ଅନେକ ରାକ୍ଷସ ସୃଷ୍ଟ ହେବାକୁ ଲାଗିଲେ। ତେଣୁ ଦେବତାମାନେ ସେ ରାକ୍ଷସକୁ ସାମ୍ନା କରିପାରିଲେ ନାହିଁ। ସମସ୍ତ ଦେବତା ଚିନ୍ତିତ ହୋଇଗଲେ।

ତା’ପରେ ଦେବଗଣ ନିରୁପାୟ ହୋଇ ମା’ଦୁର୍ଗାଙ୍କ ଶରଣକୁ ଗଲେ। ମା’ଦୁର୍ଗା ଦେବତାଙ୍କ ପ୍ରାର୍ଥନା ଶୁଣି କାଳୀଙ୍କ ରୂପ ଧାରଣ କଲେ।  ମା’ମହାକାଳୀ ବିକଟାଳ ରୂପ ଧାରଣ କରିବା ମାତ୍ରେ ରାକ୍ଷସମାନଙ୍କୁ ବଦ୍ଧ କରିବା ଆରମ୍ଭ କରିଦେଲେ। ମା’ ରକ୍ତବୀର୍ଜ୍ୟକୁ ବଦ୍ଧ କରିବା ପାଇଁ ଆକ୍ରମଣ କଲେ ହେଲେ ବରଦାନ କାରଣରୁ ରାକ୍ଷସର ରକ୍ତବିନ୍ଦୁରୁ ବହୁ ସଂଖ୍ୟକ ରାକ୍ଷସ ସୃଷ୍ଟି ହେଲେ। ସେହି ସମୟରେ ମା’ କାଳୀ ନିଜ ଜିଭ ବାହାର କଲେ ଓ ରାକ୍ଷସର ରକ୍ତ ମା’ଙ୍କ ଜିଭରେ ପଡ଼ିବାକୁ ଲାଗିଲା। ତା’ପରେ ରାକ୍ଷସଙ୍କ ଶବରେ ଧିରେ ଧିରେ ପାହାଡ଼ ସୃଷ୍ଟି ହେଲା। ସେମାନଙ୍କ ରକ୍ତ ମା’କାଳୀ ପିଇବାକୁ ଲାଗିଲେ। ରାକ୍ଷସର ଅନ୍ତ ପରେ ଯେତେବେଳେ ଯୁଦ୍ଧ ସମାପ୍ତ ହେଲା, ସେତେବେଳେ ଏକ ନୂଆ ସମସ୍ୟା ଉତ୍ପନ୍ନ ହୋଇଥିଲା। ମହାକାଳୀଙ୍କ କ୍ରୋଧ ଶାନ୍ତ ହିଁ ହେଉ ନଥିଲା। କ୍ରୋଧ ଏପରି ସୀମାରେ ପହଞ୍ଚିଥିଲା ଯେ ତାଙ୍କୁ ଶାନ୍ତ କରିବା ଅସମ୍ଭବ ହୋଇଗଲା। ସେହି ସମୟରେ ସମସ୍ତ ଦେବତା ତାଙ୍କ ପାଖକୁ ଯିବାକୁ ଭୟ କଲେ। ତେଣୁ ସମସ୍ତେ ଭଗବାନ ଶିବଙ୍କ ନିକଟକୁ ଗଲେ। ପ୍ରଭୁ ଶିବ ମା’ଙ୍କୁ ବହୁ ଉପାୟରେ ଶାନ୍ତ କରିବାକୁ ଚେଷ୍ଟା କଲେ ହେଲେ ସବୁଥିରେ ବିଫଳ ହେଲେ। ଶେଷରେ ଭଗବାନ ଶିବ ମହାକାଳୀଙ୍କ ମାର୍ଗରେ ଶୋଇଗଲେ। ଯେତେବେଳେ ମା’କାଳୀ ଶିବଙ୍କୁ ନିଜ ପାଦ ତଳେ ଦେଖିଲେ ସେତେବେଳେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା।

ଏହପରି ଭାବେ ଭଗବାନ ଶିବ ମହାକାଳୀଙ୍କ ପାଦ ତଳେ ଶୟନ ମୁଦ୍ରାରେ ମହାଦେବଙ୍କୁ ପୂଜା କରାଯାଇଥାଏ ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories