www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ, କୋହଲିଙ୍କ ଶୀର୍ଷ ମାନ୍ୟତା ବଜାୟ ରହିଲା

ଦୁବାଇ: ଗୁରୁବାର ଆଇସିସି ପକ୍ଷରୁ ଟେଷ୍ଟ ଖେଳାଳି ଓ ଟେଷ୍ଟ ଦଳର ମାନ୍ୟତା ତାଲିକା ପ୍ରକାଶ ପାଇଛି। ବ୍ୟାଟସମ୍ୟାନଙ୍କ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଦଳଗତ ତାଲିକାରେ ମଧ୍ୟ ଭାରତର ଶୀର୍ଷ ମାନ୍ୟତା ଅପରିବର୍ତ୍ତିତ ରହିଛି। କୋହଲି ୯୩୫ ପଏଣ୍ଟ ପାଇ ଶୀର୍ଷରେ ଥିବାବେଳେ ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ୍‍ (୯୧୦) ଦ୍ୱିତୀୟ ଓ ନ୍ୟୁଜିଲାଣ୍ଡର କେନ୍‍ ୱିଲିୟମସନ (୮୪୭) ତୃତୀୟ ସ୍ଥାନରେ ରହିଛନ୍ତି। ଚେତେଶ୍ୱର ପୂଜାରା (୭୬୫) ଅନ୍ୟତମ ଭାରତୀୟ ଭାବେ ଶ୍ରେଷ୍ଠ ଦଶ ତାଲିକାର ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଟେଷ୍ଟ ବୋଲରଙ୍କ ତାଲିକାରେ ଇଂଲଣ୍ଡର ଜେମ୍‍ସ ଆଣ୍ଡରସନ ପ୍ରଥମ, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଦ୍ୱିତୀୟ ଓ ପାକିସ୍ତାନର ମହମ୍ମଦ ଆବାସ ତୃତୀୟ ସ୍ଥାନରେ ରହିଛନ୍ତି। ରବୀନ୍ଦ୍ର ଜାଡେଜା ଶ୍ରେଷ୍ଠ ଭାରତୀୟ ଭାବେ ତାଲିକାର ୫ମ ଓ ରବିଚନ୍ଦ୍ରନ ଅଶ୍ୱିନ ୯ମସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲରାଉଣ୍ଡର ତାଲିକାରେ ଜାଡେଜା ୨ୟ ଓ ଅଶ୍ୱିନ ୫ମ ସ୍ଥାନ ଅଧିକାର କରିଛନ୍ତି। ଦଳଗତ ତାଲିକାରେ ଭାରତ ୧୧୬ ପଏଣ୍ଟ ସହ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ଏହାପଛକୁ ଦକ୍ଷିଣ ଆଫ୍ରିକା ୨ୟ (୧୦୬), ଇଂଲଣ୍ଡ ୩ୟ (୧୦୫), ନ୍ୟୁଜିଲାଣ୍ଡ ୪ର୍ଥ (୧୦୨), ଅଷ୍ଟ୍ରେଲିଆ ୫ମ (୧୦୨), ଶ୍ରୀଲଙ୍କା ୬ଷ୍ଠ (୯୭), ପାକିସ୍ତାନ ୭ମ (୯୫), ୱେଷ୍ଟଇଣ୍ଡିଜ ୮ମ (୭୬), ବାଂଲାଦେଶ ୯ମ (୬୭) ଓ ଜିମ୍ବାୱେ ୧୦ମ (୨) ସ୍ଥାନରେ ରହିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories