www.samajalive.in
Monday, December 15, 2025
24.1 C
Bhubaneswar

ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀ

କଂଟାବାଞ୍ଜି: ସ୍ଥାନୀୟ ତହସିଲ ଅଫିସ କମ୍ୟୁନିଟି ସେଣ୍ଟରରେ ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ବିଷ୍ଣୁ ପୁଞ୍ଜିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲା ଆବାହକ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି, କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବେଳେ ତୁରେକେଲା ବ୍ଲକ ସଭାପତି ବିନୋଦ ପୁଟେଲ, ୧୦ ନମ୍ବର ଜୋନ ସଭାପତି ମହେଶ୍ୱର ସାହୁ, କଂଟାବାଞ୍ଜି ୱାର୍ଡ ନମ୍ବର ୧୪ ପ୍ରଭାରୀ ହାଡୁ ଛତ୍ରିଆ, କଂଟାବାଞ୍ଜି ବିଧାନସଭା ପ୍ରଭାରୀ ରାମାକାନ୍ତ ବେହେରା, ଅଶୋକ ସୁନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ସଭାରେ ଧାମନଡଙ୍ଗା ସଭାପତି ଡୋଲାମଣି ମହତ, ୱାର୍ଡନମ୍ବର ୧୨ ସଭାପତି ସତ୍ୟ ବେହେରା, ୫ ସଭାପତି ଜିତେନ୍ଦ୍ର ମୁଦୁଲି, ବୁରୋମାଲ ସଭାପତି ଜଗନ୍ନାଥ ଦାଶ, ତର୍କ ଖର୍ସେଲ ପ୍ରମୁଖ ଆଗାମୀ ନିର୍ବାଚନକୁ ଲକ୍ଷ୍ୟ ରଖି ପ୍ରତ୍ୟେକ ଲୋକଙ୍କ ପାଖକୁ ଆମ ଆଦମୀ ପାର୍ଟିର ଯୋଜନାକୁ ଘରେ ଘରେ ପହଞ୍ଚାଇବାର ସଂକଳ୍ପ ନେଇଥିଲେ ଏବଂ ଏହି ଅବସରରେ ମୋଦୀ ହଟାଅ ଦେଶ ବଞ୍ଚାଅର ପୋଷ୍ଟର ପ୍ରଦର୍ଶନ କରିଥିଲେ । ସଭାରେ ଆସନ୍ତା ମେ ମାସରୁ ନିର୍ବାଚନ ମଣ୍ଡଳୀ ସାରା ପଦଯାତ୍ରା କରାଯିବ ବୋଲି କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରା କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories