www.samajalive.in
Sunday, December 14, 2025
23.1 C
Bhubaneswar

ଯାଞ୍ଚ ହେବ ପୋଷ୍ଟମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ

ଭୁବନେଶ୍ବର: ପୋଷ୍ଟମାଷ୍ଟର ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଘଟଣା ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ପିଏମଜି ନିର୍ଦେଶକ ସୁରେଶଚନ୍ଦ୍ର ବାରିକଙ୍କ ସୂଚନା ଦେଇ କହିଛନ୍ତି ଯେ ପୋଷ୍ଟମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ। ୨୦୧୮ ପରେ ପାଇଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ ହେବ। ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି।

ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ନକଲି ସାର୍ଟିଫିକେଟ ଘଟଣାର ଚେର ସମ୍ବଲପୁର ଜିଲାକୁ ମଧ୍ୟ ଲମ୍ବିଥିବାର ସନ୍ଦେହ ସୃଷ୍ଟି ହୋଇଛି। ଏଥି ପାଇଁ ସମ୍ବଲପୁର ଡାକ ମଣ୍ଡଳରେ ନକଲି ସାର୍ଟିଫିକେଟ ଦେଇ ଚାକିରୀରେ ନିଯୁକ୍ତି ଆବେଦନ କରିଥିବା ୬ ଜଣ କର୍ମଚାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ, ପୁଲିସ ନିକଟରେ ଅଭିଯୋଗ ହେବା ପରେ ଟାଉନ ଥାନାରେ ମାମଲା ସଂଖ୍ୟା ୧୧୭/୨୦୨୩ ଅନୁଯାୟୀ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

- Advertisement -

୬ଟି ସାର୍ଟିଫିକେଟ ଗୁଡିକୁ ପୁଲିସ ନିଜ ହେପାଜତରେ ନେଇ ତାହା କେଉଁଠି ତିଆରି କରାଯାଇଛି, କିଏ କରିଛି ଆଦି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ଏଥି ସହ ଡାକ ବିଭାଗରେ କେବଳ ୬ଟି ନକଲି ଆବେଦନକାରୀ ଅଛନ୍ତି ନା ଆହୁରୀ ନକଲି ସାର୍ଟିଫିକେଟଧାରୀ କର୍ମଚାରୀ କାର୍ଯ୍ୟରତ ରହିଛନ୍ତି, ତାହା ମଧ୍ୟ ତଦନ୍ତ କରାଯିବ। ଏ ସର୍ମ୍ପକରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories