ଓଜେୟୁର ଜିଲା ସାଧାରଣ ପରିଷଦ ବୈଠକ

ସାମ୍ବାଦିକଙ୍କର ସୁରକ୍ଷା ଆଇନ ପାଇଁ ଦାବି

ନବରଙ୍ଗପୁର : ଓଡିଶା ସାମ୍ବାଦିକ ସଙ୍ଘ ( ଓଜେୟୁ),ନବରରଙ୍ଗ ପୁର ଜିଲା ଶାଖାର  ସାଧାରଣ ପରିଷଦ  ବୈଠକ ଆରଏମସି  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ ସାମ୍ବାଦିକ ମାନଙ୍କର ପାଇଁ କର୍ପସ  ପାଣ୍ଠିର ଅ।ଵଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସାମ୍ବାଦିକମ।ନେ ନିଜର ବୃତ୍ତି ଠିକ ଭାବେ ସମାପନ କରିବାକୁ ସେ ମତ ଦେଇଥିଲେ। ପ୍ରତ୍ୟେକ ବୃତ୍ତିରେ କିଛି ନା କିଛି ଅସୁବିଧା, କଷ୍ଟ ଆସିବ। ତାକୁ ଖାତିର ନକରି  ନିଜର କର୍ତ୍ତବ୍ୟରେ ଆଗେଇବାକୁ  ପରାମର୍ଶ ଦେଇଥିଲେ। ତେବେ ଖବର ପରିବେଷଣ ବେଳେ ଆଇନପ୍ରତି ଦାୟିତ୍ୱବୋଧ ରହିବା ଦରକାର। କାମଳ ସାମ୍ବାଦିକତା ସମ୍ପର୍କରେ ମଧ୍ୟ ଆଲୋଚନା ହେଉଥିବାବେଳେ ଏଥିପ୍ରତି ସଜାଗ ରହିବା ଉଚିତ ହେବ ବୋଲି କହିଥିଲେ। ସମ୍ମ।ନିତ ଅତିଥି ସମାଜସେବୀ ଜଗନ୍ନାଥ ମହାପ।ତ୍ର ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବହୁ ସମୟରେ ନିଜକୁ ବିପନ୍ନ କରି ସତ୍ୟଖବର ପରିବେଷଣ କରୁଛନ୍ତି । ତେବେ ସାମ୍ବାଦିକଙ୍କର ସୁରକ୍ଷା  ପାଇଁ ସରକାର ଆଇନ ପ୍ରଣୟନ କରିବାକୁ କହିଥିଲେ। ମୁଖ୍ୟବକ୍ତା ଭାବେ  ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକଙ୍କର ଏକତା ଓ ସଙ୍ଗଠନର ସୁଦୃଢ଼ ଉପରେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ରାଜ୍ୟରେ ସରକାର ସାମ୍ବାଦିକଙ୍କ ସୁରକ୍ଷା ଆଇନ କରିଛନ୍ତି। ଓଡ଼ିଶ।ରେ ମଧ୍ୟ ତୁରନ୍ତ ଏହି ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ। ପ୍ରଥମଥର ପାଇଁ  ଆସନ୍ତା ମେ ୩ ତାରିଖ ଅନ୍ତର୍ଜାତୀୟ ପ୍ରେସ ଦିବସରେ ଭୁବନେଶ୍ୱରରେ ସଂଘର ରାଜ୍ୟ ସମ୍ମିଳନୀ କରି ପାଳନ କରାଯିବ ବୋଲି ସୂଚନା ଦେଇଥିଲେ। ଏଥିରେ ସମସ୍ତେ ଯୋଗଦେବାକୁ ଆହ୍ୱାନ କରିଥିଲେ।

prayash

ରାଜ୍ୟ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ ସାମ୍ବାଦିକଙ୍କର ସମସ୍ୟାର ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା ସଙ୍ଗଠନକୁ ଅଧିକ ଶକ୍ତିଶ।ଳୀ କରିବାକୁ  ଆହ୍ୱାନ କରିଥିଲେ। ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ରାଜ୍ୟସଂଘର ୧୦ଟି ଦାବି ସମ୍ପର୍କରେ ଅବଗତ କରାଇବା ସହ ସାମ୍ବାଦିକ ସୁରକ୍ଷା ଆଇନ, ବୀମାରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ମୃତ୍ୟୁ କାଳୀନ ସହାୟତା ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି, ଅବସର କାଳୀନ ଭତ୍ତା, ଋଣରେ ସରଳୀକରଣ ଓ ଅଧିସ୍ବୀକୃତି ନୀତିର ସରଳୀକରଣ ପାଇଁ ଦାବି କରିଥିଲେ। ଜିଲା ସଭାପତି ଶିବ ଶଙ୍କର ତ୍ରିପାଠୀ ଅଧିକ୍ଷତା କରି ସ୍ଵଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ଜିଲା ସାଧାରଣ ସମ୍ପାଦକ ଜାନକୀକାନ୍ତ ବିଷୋୟୀ ସମ୍ପାଦକୀୟ ବିବରଣୀ ପାଠ ପରେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ଜିଲା ଉପସଭାପତି ମିଟୁ ପଟ୍ଟନାୟକ, ଜିଲା ସମ୍ପାଦକ କେ.ବେଣୁ ଗୋପାଳ ରାଓ,  ଦେବୀ ପ୍ରସାଦ ମହାପ।ତ୍ର, ଉପଦେଷ୍ଟା  ଭାଗିରଥୀ ମଲ୍ଲିକ, ଶିବ ବିଷୋୟୀ,ଶ୍ରୀହରି ବିଷୋୟୀ ପ୍ରମୁଖ  ସହଯୋଗ କରିଥିଲେ। ଜିଲାର ବିଭିନ୍ନ ବ୍ଲକରୁ ୮୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଯୋଗ ଦେଇଥିଲେ।

Comments are closed.