www.samajalive.in
Monday, December 15, 2025
24.1 C
Bhubaneswar

ରାସ୍ତା ଉପରେ ତୋରଣ, ଦୁର୍ଘଟଣାକୁ ଆମନ୍ତ୍ରଣ

ଆଠଗଡ : ଆଠଗଡ ସହର ମଧ୍ୟଦେଇ ଯାଇଥିବା ୬୫ନମ୍ବର ରାଜ୍ୟ ରାଜପଥ ସମେତ ଆଠଗଡ-ମୁଣ୍ଡଳି ଏବଂ ଧବଳେଶ୍ୱର ରାସ୍ତାରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପ୍ରଚାର ତୋରଣ ମାସ ମାସ ଧରି ରହୁଥିବାରୁ ଏହା ଦୁର୍ଘଟଣାର କାରଣ ହେଉଛି। ଏଥି ସହିତ ଯାନବାହାନ ନିର୍ବିଘ୍ନରେ ଯାତାୟତ କରିବାରେ ଏବଂ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ପ୍ରଶାସନ ଏ ସବୁ ଦେଖି ନଦେଖିବା ଭଳି ରହୁଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହେଉଛି । ଯେଉଁ କାର୍ଯ୍ୟକ୍ରମ ପାଇଁ ହେଉ ଅବା ନବବର୍ଷ ଓ ବିଭିନ୍ନ ଜାନିଯାତ୍ରା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାସ୍ତା ପାର ତୋରଣ ମାନ ଲଗାଯାଉଛି । ଏହି ତୋରଣ ଲଗାରେ ଶାସକ ଦଳ ସର୍ବାଗ୍ରେ ରହିଥିବା ଦେଖାଯାଉଛି । ହେଲେ କାର୍ଯ୍ୟକ୍ରମ ବା ବିଶେଷ ଦିନ ଗୁଡିକ ଅତିକ୍ରାନ୍ତ ହେବା ପରେ ମାସ ମାସ ଧରି ତୋରଣ ଗୁଡିକ ରାସ୍ତା ଉପରେ ରହୁଥିବାରୁ ସମସ୍ୟା ଉପୁଜୁଛି । ନିୟମ ଅନୁଯାୟୀ କୌଣସି ଜାତୀୟ ରାଜପଥ ବା ରାଜ୍ୟ ରାଜପଥରେ ରାସ୍ତାପାର ତୋରଣ ଲଗାଯିବା କଥା ନୁହେଁ । କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିଲେ ମଧ୍ୟ ଏଠାରେ ପ୍ରଶାସନ ଓ ପୁଲିସ ନିରବଦ୍ରଷ୍ଟା ସାଜିଛନ୍ତି । ଏବେ କାଳବୈଶାଖୀ ଓ ପଶ୍ଚିମାଝଡ ଯୋଗୁଁ ଝଡ ବତାଶ ହେଉଥିବାରୁ ରାସ୍ତା ଉପରେ ଥିବା ତୋରଣ ଗୁଡିକ ପଥଚାରୀଙ୍କ ପାଇଁ ବିପଦପୂର୍ଣ୍ଣ ହେଉଛି ଏବଂ ଯେ କୌଣସି ଅଘଟଣର ଆଶଙ୍କା ରହୁଛି । ଆଠଗଡ ପ୍ରଶାସନ ଓ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୋରଣ ଗୁଡିକୁ ହଟାଇବାକୁ ପଦକ୍ଷେପ ନେବା ଲାଗି ଦାବି ହେଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories