www.samajalive.in
Monday, December 15, 2025
24.1 C
Bhubaneswar

ବାଇକ ଧକ୍କାରେ ଜଣେ ମୃତ, ବାଇକ ଚାଳକ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଛକରେ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରିଗୁଡ଼ା ଗ୍ରାମର ଚନ୍ଦ୍ରମଣି ଦିଗାଲ(୭୦) ବିଶିପଡ଼ା ଛକକୁ ମାଂସ କିଣିବାକୁ ଆସିଥିବା ବେଳେ ଫୁଲବାଣୀ ପାର୍ଶ୍ବରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସେଠାରେ ପଡ଼ି ଯାଇଥିଲେ ତାଙ୍କୁ ସଦର ପୋଲିସ ତୁରନ୍ତ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ପଠାଇ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

- Advertisement -

ଅନ୍ୟ ବାଇକ ଚାଳକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେ ଅଚେତ ଅବସ୍ଥାରେ ଥିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ। ଧକ୍କା ଦେଇ ଥିବା ବାଇକ ନମ୍ବର ହେଲେ ଓଡ଼ି ୧୨- ଏ -୫୧୫୯। ଏନେଇ ମୃତ ବ୍ୟକ୍ତିଙ୍କ ବୋହୁ ସୁଚିସ୍ମିତା ଦିଗାଲ ସଦର ଥାନାରେ ଏତଲା ଦେଇଛନ୍ତି। ସଦର ପୁଲିସ ୩୧/୨୩ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହିତ ବାଇକକୁ ଜବତ କରାଯାଇଛି ବୋଲି ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories