www.samajalive.in
Sunday, December 14, 2025
19.1 C
Bhubaneswar

ସିକେରକୁପାରେ ଆମ ପୁଲିସ ସମିତି ବୈଠକ

ଲାଞ୍ଜିଗଡ଼: ନର୍ଲା ପୁଲିସ ପକ୍ଷରୁ ସିକେରକୁପା ଫାଣ୍ଡି ପରିସରରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ଟଙ୍କଧର ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ପ୍ରସନ୍ନ ପରିଡ଼ା, ସୁବନ ଭୋଇ, ସରୋଜ ପଧାନ, ସେନାପତି ରଣାଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ପୁଲିସ ପକ୍ଷରୁ ଏସ୍ଆଇ ଶମ୍ଭୁ ପ୍ରସାଦ ଠାକୁର, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ଏଏସ୍ଆଇ ଗଜାନନ ପଟ୍ଟନାୟକ, ଏଏସ୍ଆଇ ମୀନାରାଓ ଶବର ପ୍ରମୁଖ ମଞ୍ଚାସୀନ ଥିଲେ।

ନର୍ଲା ଥାନା ପକ୍ଷରୁ କେତନ କରୁଆଁ, ଶ୍ବେତକଲାଲ ଗୌଡ଼ିଆ, ଦ୍ରୋଣ ରଣା, ଡମ୍ବରୁଧର ମାଝୀ, ପଙ୍କଜିନୀ ମାଝୀ, ଦୈମତୀ ମାଝୀ ସିକେରକୁପା ଫାଣ୍ଡି ପକ୍ଷରୁ ଗୋକୁଳ ସାହୁ, ବିଶ୍ବନାଥ ମହଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ପୁଲିସ ଓ ଅତିଥିମାନଙ୍କ ଦ୍ବାରା ସିକେରକୁପା ଛକରେ ଟ୍ରାଫିକ୍ ସଚେତନତା କରାଯାଇଥିଲା। ଏଇ ଅବସରରେ ସିଟବେଲ୍ଟ, ହେଲମେଟ୍ ଆଦି ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories