www.samajalive.in
Sunday, December 14, 2025
23.1 C
Bhubaneswar

ସଡକ ସୁରକ୍ଷା ସମ୍ପର୍କରେ ଗାଡ଼ି ଚାଳକ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କଲା ପୁଲିସ

ରେଙ୍ଗାଲି : ସମ୍ବଲପୁର ଜିଲାର ଠେଲକୋଲୋଇ ଠାରେ ପ୍ରତିଷ୍ଠିତ ଜେଏସଡ୍ଳୁ-ଭୂଷଣ କାରଖାନା କର୍ତ୍ତୃପକ୍ଷ ଓ ଠେଲକୋଲୋଇ ପୁଳିସର ମିଳିତ ଆନୁକୂଲ୍ୟ ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଠେଲକୋଲୋଇ ଥାନା ଆଇଆଇସି ବିଭୂତିଭୂଷଣ ଦଲାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜେଏସଡ୍ଳୁ-ଭୂଷଣର ସଡକ ଓ ରେଲପଥ ସୁରକ୍ଷା ଉପ-କମିଟିର ଅଧ୍ୟକ୍ଷ ମନୋଜ କୁମାର ସିଂହ, ଅଗ୍ନିଶମ ସେବା ଅଧିକାରୀ ପ୍ରଫୁଲ୍ଲ କୁମାର ନାଏକ, ଏମକେ ମହାନ୍ତି, ବିକାଶ ମଲ୍ଲିକଙ୍କ ସମେତ ଠେଲକୋଲୋଇ ଥାନାର ପୁଳିସ କର୍ମଚାରୀ ଯୋଗ ଦେଇ ସଡକ ସୁରକ୍ଷା ସମ୍ପର୍କରେ ଗାଡ଼ି ଚାଳକ ଓ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଟ୍ରାଫିକ୍ ନିୟମର ସଠିକ୍ ଅନୁପାଳନ, ଗାଡି ଚାଳନା ସମୟରେ ନିଶାସେବନରୁ ବିରତ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ଅବସରରେ ଜେଏସଡ୍ଳୁ-ଭୂଷଣ କମ୍ପାନୀ ତରଫରୁ ସଡକ ସୁରକ୍ଷା ପାଇଁ ଠେଲକୋଲୋଇ ପୁଳିସ କୁ ୨୦ଟି ରୋଡ ବ୍ୟାରିଅର୍ ଏବଂ ୨୦ ଟି ପାର୍କିଂ ସିଗନାଲ୍ ପ୍ରଦାନ କରାଯାଇ ଥିଲା। କାରଖାନା କୁ ଯାତାୟତ କରୁଥିବା ମାଲବାହୀ ବ୍ୟବସାୟିକ ଯାନ ର ପାର୍କିଂ ପାଇଁ ଲପଙ୍ଗା ଓ ଶ୍ରୀପୁରା ଅଞ୍ଚଳ ରେ ବଡ ପାର୍କଂ ଜୋନ୍ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ଏହି ଅବସର ରେ ନିଷ୍ପତ୍ତି ନିଆଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories