ଭାରତ-ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ଉଦ୍‌ଘାଟନ କଲେ ମୋଦୀ ଓ ଶେଖ ହସିନା

ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଆଇବିଏଫପି ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ ବାଂଲାଦେଶ ସହ ବର୍ଦ୍ଧିତ ସଂଯୋଗୀକରଣ ଲୋକ ସମ୍ପର୍କକୁ ଅଧିକ ମଜବୁତ କରିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ-ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଶନିବାର ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୧୫ ମସିହାଠାରୁ ନୁମାଲିଗଡ ବିଶୋଧନାଗାର ଲିମିଟେଡ ବାଂଲାଦେଶକୁ ପେଟ୍ରୋଲଜାତ ସାମଗ୍ରୀ ଯୋଗାଇ ଆସୁଛି। ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ ।

ଭାରତ-ବାଂଲାଦେଶ ସମ୍ପର୍କରେ ଶକ୍ତି କ୍ଷେତ୍ରରେ ସହଯୋଗ ଏକ ନିବିଡ ସମ୍ପର୍କର ସେତୁ ହୋଇ ଉଠିଛି । ଆଇବିପିଏଫ ହେଉଛି ଭାରତ-ବାଂଲାଦେଶ  ମଧ୍ୟରେ ପ୍ରଥମ ସୀମାପାର ପାଇପଲାଇନ ଯାହାଦ୍ୱାରା ଭାରତରୁ ବାଂଲାଦେଶକୁ ବାର୍ଷିକ ଏକ ନିୟୁତ ମେଟ୍ରିକ ଟନ୍ ହାଇସ୍ପିଡ୍ ଡିଜେଲ ପରିବହନ କରାଯାଇଥାଏ। ସଂଯୋଗୀକରଣ ବୃଦ୍ଧି ଦ୍ୱାରା ଏହା ଦୁଇଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗକୁ ମଧ୍ୟ ମଜବୁତ କରିବ।

prayash

ବାଂଲାଦେଶ ହେଉଛି ଭାରତର ଅଗ୍ରଣୀ ବିକାଶ ଅଂଶୀଦାର ଓ ଅଞ୍ଚଳର ସବୁଠାରୁ ବଡ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର । ଏହି ମୈତ୍ରୀ ପାଇପଲାଇନ କାର୍ଯ୍ୟକାରୀ ହେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରଚଳିତ ଶକ୍ତି ସଂଯୋଗ ବୃଦ୍ଧି ପାଇବା ସହ ବିଶେଷକରି କୃଷି କ୍ଷେତ୍ରରେ ମଧ୍ୟ ଏହା ସୁଦୃଢ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରକଳ୍ପ ପାଇଁ ତାଙ୍କର ନିରବଚ୍ଛିନ୍ନ ମାର୍ଗଦର୍ଶନ ନିମନ୍ତେ ଧନ୍ୟବାଦ ଦେବା ସହ ଏହା ଦୁଇଦେଶର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ବଳବତ୍ତର ରଖିବାକୁ ଇଚ୍ଛା ପ୍ରକଟ କରିଛନ୍ତି ।

Comments are closed.