ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣା, ମିଳୁନି ପରିଚୟ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ଯୋଗୀପଥର ନିକଟସ୍ଥ ଜଙ୍ଗଲରୁ ଗତ ୧୫ତାରିଖ ପୁରୁଣାକଟକ ପୁଲିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ଘଟଣାର ୪ଦିନ ପରେ ମଧ୍ୟ ମୃତକଙ୍କ ପରିଚୟ ମିଳିନଥିବା ଜଣାପଡିଛି । ଫଳରେ ମୃତଦେହଟି ବୌଦ୍ଧ ଶବଗୃହରେ ୪ଦିନହେଲା ସାଇତି ରଖାଯାଇଥିବା ସୂଚନା ମିଳିଛି। ନିଖୋଜ ମାମଲା ପଞିକରଣ ହୋଇଥିବା ଥାନାଗୁଡିକୁ ମୃତଦେହ ଉଦ୍ଧାର ବିଷୟରେ ସୂଚନା ପରେ ମଧ୍ୟ କୌଣସି ସ୍ଥାନରୁ ପ୍ରତିଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଗଳିତ ମୃତଦେହ ଚିହ୍ନଟ ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Comments are closed.