www.samajalive.in
Tuesday, December 9, 2025
26.1 C
Bhubaneswar

ରାହୁଲଙ୍କ ମନ୍ତବ୍ୟ ଓ ଆଦାନୀ ପ୍ରସଙ୍ଗ ; ​୫ ଦିନ ଧରି ଅଚଳାବସ୍ଥା​

ନୂଆଦିଲ୍ଲୀ : ସଂସଦର ଉଭୟ ଗୃହରେ ଶୁକ୍ରବାର ମଧ୍ୟ ହୋ ହାଲ୍ଲା ଲାଗି ରହିଥିଲା। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଦାନୀ ଗ୍ରୁପ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି ।

ଲୋକସଭାରେ ଶାସକ ଦଳର ସଦସ୍ୟମାନେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ କ୍ଷମା ମାଗିବାକୁ ଦାବି କରିଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଡିଏମ୍‌କେ ଓ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ପ୍ରବଳ ହୋହାଲ୍ଲା କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମିଳିତ ସଂସଦୀୟ କମିଟି ଗଠନ ପାଇଁ ଦାବି କରି ହୋ-ହଲ୍ଲା କରିଥିଲେ। ଫଳରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ସୋମବାର ଯାଏଁ ଗୃହକୁ ମୁଳତବୀ ଘୋଷଣା କରିଥିଲେ ।

- Advertisement -

ସେହିଭଳି ରାଜ୍ୟସଭାରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି ଓ ଅନ୍ୟାନ୍ୟ କେତେକ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗ୍ୟକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ଥିଲେ। ବିରୋଧୀ ଦଳର ସଦସ୍ୟମାନଙ୍କୁ କଥା କୁହାଇ ଦେବାକୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ। ହଟ୍ଟଗୋଳ ଜାରି ରହିବା ଫଳରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକୁ ସୋମବାର ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ, ଗତ ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବା ପରଠାରୁ ୫ ଦିନ ଧରି ଗୃହ କାର୍ଯ୍ୟ ସ୍ବଭାବିକ ହୋଇପାରି ନାହିଁ । ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ବିଶୃଙ୍ଖଳା ଦେଖାଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories