www.samajalive.in
Tuesday, December 9, 2025
15.1 C
Bhubaneswar

ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ପରିବହନ ବାଧାପ୍ରାପ୍ତ

ଡେସ୍କ: ୧୦ ଦଫା ଦାବି ନେଇ ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଯଦିଓ ଏହି ଆନ୍ଦୋଳନରେ ଡ୍ରାଇଭର ମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି, ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ବିଭନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି ଡ୍ରାଇଭର। ସମ୍ବଲପୁର ଓ ଭୁବନେଶ୍ବରରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ରାସ୍ତାରେ ଗାଡି ଅଟକାଉଛନ୍ତି। ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା ଓ କୋଇଡାରେ ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ରହିଛି।ଭୁବନେଶ୍ୱର ତମାଣ୍ଡୋରେ ଚାଳକ ଓ ପୁଲିସ ମୁଁହାମୁଁହି ହୋଇଥିବା ଖବର ମିଳିଥିବା ବେଳେ ବ୍ରହ୍ମପୁରରେ ବସ ଚଳାଚଳ ବନ୍ଦ ରହିଛି। କଟକ ବାଦାମବାଡ଼ି ଓ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ନାହାନ୍ତି। ବଡ଼ି ଭୋରରୁ କିଛି ବସ ଷ୍ଟାଣ୍ଡରୁ ବାହାରି ଯାଇଥିବା ବେଳେ ଅନେକ ବସ୍ ଅଧାରେ ଅଟକି ରହିଛି।

ବଲାଙ୍ଗିରରେ ଏହି ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବସ୍‌ ଷ୍ଟାଣ୍ଡରେ ସମସ୍ତ ବସ ଛିଡା ହୋଇଛି କିନ୍ତୁ ଗୋଟିଏ ବି ଚାଲୁନାହିଁ। ଦୂରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ମାନେ ସେଠାରେ ସକାଳ ଠାରୁ ଅଟକି ରହିଛନ୍ତି। ବାଲେଶ୍ୱର ସୋରରେ ଆନ୍ଦୋଳନକାରୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଭଦ୍ରକ ଓ ବନ୍ତ ଛକରେ ଆନ୍ଦୋଳନକାରୀମାନେ ଅଧାବାଟରେ ବସ୍‌ ଅଟକାଇ ଥିବା ବେଳେ ସମ୍ବଲପୁରରେ ଜନତା ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି। ନୟାଗଡ଼ ଓ କେନ୍ଦ୍ରାପଡାରେ ମଧ୍ୟ ଯାତ୍ରୀ ପରିବହନ ବ୍ୟାହତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories