ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜ୍ଞାନ ଓ ଅକ୍ଷର ଜ୍ଞାନ ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ
ତିଗିରିଆ : ପ୍ରଥମରୁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ କିଭଳି ସଂଖ୍ୟା ଜ୍ଞାନ ଓ ଅକ୍ଷର ଜ୍ଞାନ ସଠିକ ଭାବେ ଆହରଣ କରିବେ ଏବଂ ଏହାର ସୁବିନିଯୋଗ କରିପାରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଶ୍ରେଣୀମାନଙ୍କରେ ଶିକ୍ଷାଦାନ କରୁଥିବା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ସୋମବାର ତିଗିରିଆ ନୁଆପାଟଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ୫୦ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ତାଲିମ ଶିବିରକୁ ବ୍ଳକ ଶିକ୍ଷାଧିକାରୀ ପ୍ରିୟରଂଜନ ହୋତା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ତାଲିମକୁ ନେଇ କିଭଳି ସଠିକ ଭାବେ ଶ୍ରେଣୀ ଗୃହରେ କାର୍ଯ୍ୟକାରୀ କରାଇବାକୁ ହେବ ସେ ନେଇ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟାପିକା ମନସ୍ଵିନୀ ବିଶୋଇ ଯୋଗ ଦେଇ ତାଲିମର ଆବଶ୍ୟକତା ଉପରେ ଅଭିଭାଷଣ ରଖିବା ସହିତ ତାଲିମ କେନ୍ଦ୍ରକୁ ପରିଚାଳନା କରିଥିଲେ।ଅନ୍ୟତମ ଅତିଥି ଭାବେ ସହ ଶିକ୍ଷାଧିକାରୀ ନିଳକଣ୍ଠ ସାହୁ ଏବଂ ବଳରାମ ମୁଦୁଲି ଯୋଗ ଦେଇଥିବା ବେଳେ ଭାରପ୍ରାପ୍ତ ବ୍ଳକ ସାଧନ କେନ୍ଦ୍ର ସଂଯୋଜକ ବଂଶିଧର ନାଏକ ଏବଂ ସାଧନ କେନ୍ଦ୍ର ସଂଯୋଜକ ଚନ୍ଦ୍ରକାନ୍ତ ମିଶ୍ର ନିଜ ନିଜର ଅଭିଭାଷଣ ରଖିଥିଲେ।ଏହା ସହିତ କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ର ସଂଯୋଜକ ଚନ୍ଦ୍ରମଣି ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସାଧାନ କେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ପଣ୍ଡା, ପ୍ରମୋଦ କୁମାର ଗୋଛି, ଶଚ୍ଚିଦାନନ୍ଦ ରାଉଳ, ଗଙ୍ଗାଧର ସାମଲ, ଭକ୍ତ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ କର୍ଣ୍ଣାଜ୍ଜୁନ ନାଏକ ପ୍ରଶିକ୍ଷଣର ଆବଶ୍ୟକତାକୁ ନେଇ ନିଜର ଅଭିଭାଷଣ ରଖିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.