ସୋମବାର ରାଶିଫଳ (୧୩.୦୩.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Mar 13, 2023 Share ମେଷ : ଧୈର୍ଯ୍ୟର ସହ ସାହସ ସଞ୍ଚୟ କରି ଆଶୁ ବିପଦ୍ଜନକ ପରିସ୍ଥିତିର ମୁକାବିଲା କରିପାରନ୍ତି। ପାରିବାରିକ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କତାର ଦିନ ଆଜି। ବୃଷ : ଦିନଟି ଆପଣଙ୍କ ପାଇଁ ସୁଖଦାୟକ ହେବ। ସେବାମୂଳକ ଚିନ୍ତାଧାରା ନେଇ କାର୍ଯ୍ୟରେ ଆଗୁସାର ହେବେ। ସୁଷମ ଖାଦ୍ୟ ପାଇଁ ଅନ୍ନଦାତ୍ରୀଙ୍କୁ ଧନ୍ୟବାଦ ଦେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ମିଥୁନ : ଭାଇବନ୍ଧୁଙ୍କ ସହଯୋଗରେ ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଭ୍ରାତୃଭାବ ଅତୁଟ ରହିବ। କର୍କଟ : ପଢ଼ାପଢ଼ିରେ ମନୋନିବେଶ କରିବେ। ରୋଜଗାରର ମାତ୍ରା ବଢ଼ିବ ଓ ଆର୍ଥିକ ସଙ୍କଟ ଦୂର ହେବ। ସୁସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଧାର୍ମିକ, ତେଜସ୍ବୀ ହେବେ। ସିଂହ : ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ସଦାନନ୍ଦରେ ମଜ୍ଜି ରହିପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସମାଜସେବା କରିପାରନ୍ତି। କନ୍ୟା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନରେ ସମସ୍ତଙ୍କ କଳ୍ମଷ ଦୂର ହେବ। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍ ହେବେ। Related Posts ନିର୍ମାଣାଧୀନ କୋଠାରୁ ୩୦ ବୋମା ଜବତ Jan 11, 2025 ୨୦୧୫ରୁ ଶ୍ରୀମନ୍ଦିରକୁ ଏଟିଏମ୍ ମାଧ୍ୟମରେ ଦାନ… Jan 11, 2025 ତୁଳା : ବ୍ୟବସାୟରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ପୁତ୍ରଠାରୁ କିଛି ଅର୍ଥ ପାଇପାରନ୍ତି। ତ୍ୟାଗଶୀଳ ମନୋବୃତ୍ତିର ହୋଇପାରନ୍ତି। ଚଞ୍ଚଳମନା ହୋଇପାରନ୍ତି। ଅତିସୁଖୀ, କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ। ବିଛା : ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଆହାର ସୁଧାର ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଧନୁ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଃଶ୍ଚିନ୍ତା ମଧ୍ୟରେ ଗତିକରିବେ। ମଧୁର ଭାଷା, ପ୍ରେମପୂର୍ଣ୍ଣ ବ୍ୟବହାରରେ ପରକୁ ଆପଣାର କରିବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ମକର : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରି ସ୍ବନାମଧନ୍ୟ ହେବେ। ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ପାଇବେ। କୁମ୍ଭ : ସୁଚିନ୍ତିତ ମତବ୍ୟକ୍ତ କରି କର୍ମକ୍ଷେତ୍ରକୁ ଉଳମୟ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଜଟିଳ ସମସ୍ୟାର ସମାଧାନ କରିବାରେ ସିଦ୍ଧହସ୍ତ ହେବେ। ମୀନ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ପରୋପକାରରେ ନିୟୋଜିତ ହେବେ। Share FacebookTwitterWhatsApp
Comments are closed.