www.samajalive.in
Monday, December 15, 2025
24.1 C
Bhubaneswar

ଉଚ୍ଚବିଦ୍ୟାଳୟରେ ଭାଷା ଓ ସଂଖ୍ୟାଜ୍ଞାନ ତାଲିମ କାର୍ୟ୍ୟକ୍ରମ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ମାନଙ୍କର ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ତୃତୀୟ ପର୍ୟ୍ୟାୟରେ ଏହି ତାଲିମ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଉଛନ୍ତି। ଅନ୍ୟପଟେ ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭାଷା ବିଷୟରେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ ଓ ଦିଲୀପ କୁମାର ପାଣିଗ୍ରାହୀ ତାଲିମ ଦେଉଥିବା ବେଳେ ସଂଖ୍ୟାଜ୍ଞାନ ବିଷୟରେ ଶିକ୍ଷୟିତ୍ରୀ ଧରିତ୍ରୀ ପ୍ରଧାନ ଓ ସୁକାନ୍ତ ଡିଗାଲ ତାଲିମ ଦାତା ଭାବରେ ଯୋଗ ଦେଇଛନ୍ତି। ପ୍ରଥମରୁ ତୃତୀୟ ଶ୍ରେଣୀ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ଭାଷା ଓ ସଂଖ୍ୟାଜ୍ଞାନ ବିଷୟରେ ଶିକ୍ଷା ଦେବା ଓ ଏହି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାର ଅଭିବୃଦ୍ଧି ଏହି ତାଲିମର ମୂଳ ଲକ୍ଷ ରହିଥିବା ତାଲିମ ଦାତା ମାନେ ମତ ଦେଇଛନ୍ତି। ନୂତନ ଭାବରେ ବିଦ୍ୟାଳୟରେ ପ୍ରବେଶ ବା ନାମ ଲେଖାଇ ଥିବା ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଭାବରେ ୯୦ ଦିନିଆ ଖେଳକୁଦ ମାଧ୍ୟମ ରେ ଶିକ୍ଷା ଦିଆଯାଇ ପାରିବ ସେ ନେଇ ମଧ୍ୟ ତାଲିମ ଦିଆଯାଇଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories