www.samajalive.in
Sunday, December 7, 2025
26.1 C
Bhubaneswar

ଇନରହ୍ୱିଲ କ୍ଲବ ପକ୍ଷରୁ ମହିଳା ଦିବସ

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ପକ୍ଷରୁ ଏକ ନିଆରା ଢଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଇନରହ୍ୱିଲ କ୍ଲବ ମୁମ୍ବାଇର ସ୍ୱେଚ୍ଛାସେବୀ ସଂଗଠନ ‘ୟୁବା’ ସହଯୋଗରେ ଢେଙ୍କାନାଳ ସଦର ବ୍ଲକର ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସେବା ମିଶନଠାରେ ଆୟୋଜିତ ମହିଳା ଦିବସରେ ମିଶନର ବହୁ ମହିଳା ଅନ୍ତେବାସୀ ଯୋଗଦାନ କରିଥିଲେ। କ୍ଲବର ସଭାପତି ପୁଲିନ ମିଶ୍ର ଏହାକୁ ସଂଯୋଜନା କରି ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ନିଜକୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ କ୍ଲବର ପୂର୍ବତନ ସଭାପତି କଳ୍ପଲତା ଦାଶ, ବରିଷ୍ଠ ସଦସ୍ୟା ସୁଷମା ମିଶ୍ର, ପ୍ରଣତି ପଣ୍ଡା ପ୍ରମୁଖଙ୍କ ସମେତ ମିଶନର ୩ଜଣ ଅନ୍ତେବାସୀ ମହିଳା ଉଦ୍‌ବୋଧନ ଦେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ନିଜର ଅଭିମତ ରଖିଥିଲେ। ଏହି ଅବସରେ ମୁମ୍ବାଇର ସ୍ୱେଚ୍ଛାସେବୀ ସଂଗଠନ ‘ୟୁବା’ର ଅଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ରଙ୍କର ଶୁଭେଚ୍ଛା ବାର୍ତ୍ତା ପାଠ କରାଯାଇଥିଲା। ଉପସ୍ଥିତ ମିଶନର ଅନ୍ତେବାସ ମହିଳାଙ୍କୁ ମିଷ୍ଟାନ୍ନ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ମିଶନର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ତାହା ସହିତ ପବିତ୍ର ଦୋଳ ଓ ହୋଲି ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ଅବୀର ପ୍ରଦାନ କରାଯାଇଥିଲା। କ୍ଲବର ସଦସ୍ୟା ମନୋଜିନୀ ତ୍ରିପାଠୀ, ଜ୍ୟୋସ୍ନାରାଣୀ ପତି ଓ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories