ଭୁବନେଶ୍ବର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ତିନି ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତ କରିଛନ୍ତି।
ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ଦଶଟି ପୁସ୍ତକ ରଚନା କରିଛନ୍ତି। ଏଥିସହ ସଫଳତାର ସହିତ ଦୁଇ ଡିଲିଟ୍, ୧୫ ପିଏଚଡି ଏବଂ ୫୬ ଏମଫିଲ୍ ସ୍କଲାରମାନଙ୍କୁ ଗାଇଡ୍ କରିଛନ୍ତି।



