www.samajalive.in
Tuesday, December 9, 2025
16.1 C
Bhubaneswar

ରୂପାରେ ଝଲସିଲେ ବାବା ସର୍ପେଶ୍ୱର ଦେବ 

ଆଠଗଡ : ଆଠଗଡ଼ ଅଞ୍ଚଳର ଅନ୍ୟତମ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ସର୍ପେଶ୍ୱର ଦେବଙ୍କୁ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଚଳିବ ବର୍ଷ ପ୍ରଥମ କରି ୩୦ କିଲୋ ଓଜନର (ପ୍ରାୟ ୨୨ଲକ୍ଷ ୨୫ ହଜାର ଟଙ୍କା) ଚାନ୍ଦି ରୂପାରେ ବିମଣ୍ଡିତ କରାଯାଇ ରାଜା ରାଜେଶ୍ୱର ବେଶରେ ସଜ୍ଜିତ କରାଯାଇଥିବା ମୁଖ୍ୟ ପୂଜକ ମନୋରଞ୍ଜନ ଦାସ କହିଛନ୍ତି । ସର୍ପେଶ୍ୱର ଉନ୍ନୟନ ପରିଷଦ ଓ ଆଠଗଡ଼ ଦେବୋତ୍ତର ବିଭାଗ ମିଳିତ ଉଦ୍ୟମରେ ଏହି ଚାନ୍ଦି ରୂପାରେ ନିର୍ମିତ ବାବାଙ୍କ ଅଳଙ୍କାରିକ ବେଶ କଟକର ପ୍ରସିଦ୍ଧ ବ୍ୟବସାୟୀ ଚନ୍ଦନ କୁମାର ଆର୍ଯ୍ୟଙ୍କ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଭକ୍ତଙ୍କ ଠାରୁ ମିଳିଥିବା ଦାନରେ କରାଯାଇ ଥିବା ସର୍ପେଶ୍ୱର ଉନ୍ନୟନ ପରିଷଦର ସଭାପତି ତଥା ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ କୁମାର ରାଉତ କହିଛନ୍ତି। ରୂପାରେ ବାବାଙ୍କର ଲିଙ୍ଗ, ପଦ୍ମ, ସର୍ପ, ଛତି, ତ୍ରିଶୂଳ ଓ ଡମ୍ବରୁ ଇତ୍ୟାଦି ତିଆରି କରାଯାଇ ବିମଣ୍ଡିତ କରାଯାଇଥିଲା। ଏହି ରୁପା ବେଶ ଦେଖିବାକୁ ଶନିବାର ପ୍ରତ୍ୟୁଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଥିଲା। ଶନିବାର ରାତି ୧୧ ଟାରେ ବେଢ଼ା ପରିକ୍ରମା ପରେ ମହାଦ୍ୱୀପ ଉଠିବା ଯାଏଁ ଶତାଧିକ ବ୍ରତଧାରୀ ଶ୍ରଦ୍ଧାଳୁ ଦୀପ ଜାଳି ଧ୍ୟାନରେ ବସିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ, ସରପଞ୍ଚ, ପରିଷଦର ସଭ୍ୟ ଦିଲ୍ଲୀପ ସାହୁ, ସୁଶାନ୍ତ କୁମାର ବେହେରାଙ୍କ ସମେତ ସମସ୍ତ ପୂଜକ ଓ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories