www.samajalive.in
Monday, December 15, 2025
24.1 C
Bhubaneswar

ଶିବରାତ୍ରିରେ ବଡ଼ମ୍ବାର ପୁରପଲ୍ଲୀରେ ଶୈବପୀଠ ଉତ୍ସବମୁଖର

ବଡ଼ମ୍ବା: ଶ୍ରଦ୍ଧା ଓ ଭକ୍ତି ସହକାରେ ବଡ଼ମ୍ବାର ପୁରପଲ୍ଲୀରେ ଥିବା ପ୍ରମୁଖ ଶୈବପୀଠରେ ମହାଶିବରାତ୍ରି ଉତ୍ସବ ଜାକଜମକରେ ପାଳନ କରାଯାଇଛି। ପ୍ରତ୍ୟୁଷରୁ ଶିବାଳୟମାନଙ୍କରେ ମହାପ୍ରଭୁଙ୍କ ଦେବନୀତି ଯଥାବିଧି ସେବାୟତଙ୍କ ଦ୍ୱାରା କରାଯାଇଛି। ନିଷ୍ଠାର ସହିତ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ,ଶକ୍ତିରେ ଜଳାଶୟ କରିବାସହ ବ୍ରତଧାରୀମାନେ ଶ୍ରଦ୍ଧାପୂର୍ବକ ମନ୍ଦିରରେ ଜାଗର ଦୀପ ଜାଳିଛନ୍ତି। ମହୁଲିଆର ସ୍ୱପ୍ନେଶ୍ୱର ଦେବ, ଶଂଖାମେରୀର ସ୍ୱପ୍ନେଶ୍ୱର ମହାଦେବ, ସୁନାପାଳର କୋଲେଶ୍ୱର ମହାଦେବ, ଦିନିଆରୀର ଭୋଲେଶ୍ୱର ମହାଦେବଙ୍କ ପୀଠ ଆଦିରେ ମହାଶିବରାତ୍ରି ଉପଲକ୍ଷେ ପାରମ୍ପାରିକ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି।

ସେହିଭଳି ବଡ଼ମ୍ବା ସହର ବିଜେ ଶ୍ରୀ ଲୋକନାଥ ଦେବ, ସ୍ୱପ୍ନେଶ୍ୱର ଦେବ, ରାଧାକାନ୍ତ ମନ୍ଦିର ବିଜେ କାଶିବିଶ୍ୱନାଥ ଦେବ, ରାଜବାଟି ବିଜେ ଚନ୍ଦ୍ରଶେଖର ଦେବ, ହାଟ ବିଜେ ନୀଳକଣ୍ଠେଶ୍ୱର (ଆଡ଼ିଆ) ମହାଦେବ, କଚେରୀ ବିଜେ ବେଲେଶ୍ୱର ଦେବ ଏବଂ ତେଲିସାହି ବିଜେ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୀଠରେ ସୁନ୍ଦର ସାଜସଜ୍ଜା ସହିତ ମହାଶିବରାତ୍ରି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ସମବେତ ଶ୍ରଦ୍ଧାଳୁ ଦିନତମାମ ଦେବଦର୍ଶନ କରିବାସହ ସଂଧ୍ୟା ପରଠୁ ମନ୍ଦିର ବେଢ଼ାରେ ଭକ୍ତି ସହକାରେ ଜାଗର ଦୀପ ଜାଳୁଛନ୍ତି। ମାଣିଆବନ୍ଧ ବିଜେ ବାଲୁଙ୍କେଶ୍ୱର ମହାଦେବ, ମଙ୍ଗରାଜପୁର ବାବା ଲଡ଼ୁକେଶ୍ୱର ଦେବ, ଦେଉଳୀ ବିଜେ କପିଳେଶ୍ୱର ଦେବ, ଗଡ଼଼ାପୋଖରୀ ବିଜେ ବାଲୁଙ୍କେଶ୍ୱର ଦେବ, ବଡ଼କମ୍ବିଲୋ ବିଜେ ଖରାଖିଆ ମହାଦେବଙ୍କ ପୀଠରେ ଜାଗର ଅବସରରେ ବହୁ ଭକ୍ତଙ୍କ ସମାଗମ ସାଙ୍ଗକୁ ଶ୍ରଦ୍ଧାଳୁମାନେ ଭକ୍ତି ସହକାରେ ଜାଗର ଦୀପ ଜାଳୁଥିବା ଜଣାଯାଇଛି। ଜାଗର ଅବସରରେ ଶଂଖାମେରୀ ବିଜେ ସ୍ୱପ୍ନେଶ୍ୱର ମହାଦେବ, ସୁନାପାଳ ବିଜେ କୋଲେଶ୍ୱର ମହାଦେବ ଏବଂ ଦିନିଆରୀ ବିଜେ ଭୋଳେଶ୍ୱରଙ୍କ ପୀଠରେ ଭଜନ ସମାରୋହ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁନାପାଳ ଯାତ୍ରାରେ ଅନେକ ମନହରି ଦୋକାନ ବଜାର ଖୋଲା ଯାଇଥିବା ବେଳେ ମହାଦୀପ ଉଠିବା ପୂର୍ବରୁ ବଡ଼ମ୍ବାରେ ପାରମ୍ପରିକ ଜାଗର ପଟ୍ଟୁଆର କରାଯାଇଥିଲା। ପାଲିଙ୍କିରେ ରାଜନଅର ବିଜେ ଚନ୍ଦ୍ରଶେଖର ଦେବଙ୍କ ବିଜେପ୍ରତିମାକୁ ଆକର୍ଷଣୀୟ ପଟ୍ଟୁଆରେ ନଗର ପରିକ୍ରମା କରାଯିବାରେ ଶେଷରେ ପ୍ରାୟ ମଧ୍ୟରାତ୍ର ସମୟକୁ ସ୍ୱପ୍ନେଶ୍ୱର ଦେବଙ୍କ ମହାଦୀପ ଉଠିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories