www.samajalive.in
Monday, December 15, 2025
24.1 C
Bhubaneswar

ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର

ବେଙ୍ଗାଲୁରୁ : ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହୋଇଛି। ଡଚ୍‌ ଲୋକେସନ ଟେକ୍ନୋଲୋଜି ସ୍ପେସାଲିଷ୍ଟ ଟମ୍ ଟମ୍‌ର ଟ୍ରାଫିକ ଇଣ୍ଡେକ୍ସ ଅନୁଯାୟୀ ୨୦୨୨ ରେ ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନଗହଳି ସହର ରହିଥିଲା। ବେଙ୍ଗାଲୁରୁ ଟ୍ରାଫିକ ଇଣ୍ଡେକ୍ସ ଜିଏଫଏକ୍ସ ଅନୁଯାୟୀ ଏହି ସହରରେ ୧୦ କିମି ଦୂର ଯାତ୍ରା କରିବାକୁ ହାରାହାରି ୨୯ମିନିଟ୍ ୧୦ ସେକେଣ୍ଡ ଲାଗିଥାଏ। ସହରର ପ୍ରମୁଖ ଅଞ୍ଚଳରେ ଯାତ୍ରା କରିବା ସମୟରେ ଯାନବାହନର ବେଗ ଘଣ୍ଟାପ୍ରତି ୧୮ କିମି ରହିଥାଏ। ୨୦୨୨ର ଜନାକୀର୍ଣ୍ଣ ସହର ତାଲିକାର ପ୍ରଥମ ସ୍ଥାନରେ ଲଣ୍ଡନ ସହର ରହିଥିବାବେଳେ ଦ୍ବିତୀୟରେ ଆର୍ୟଲାଣ୍ଡର ଡବଲିନ୍ ତୃତୀୟ, ଜାପାନର ସାପୋରୋ ଚତୁର୍ଥସ୍ଥାନରେ ରହିଛନ୍ତି। ଲଣ୍ଡନ ସହରରେ କେନ୍ଦ୍ରାଞ୍ଚଳ (ବିବିପିଏସ୍‌) ଅଞ୍ଚଳରେ ୧୦ କିମି ଦୂର ଯାତ୍ରା କରିବା ଲାଗି ୩୬ ମିନିଟ୍ ୨୦ ସେକେଣ୍ଡ ଲାଗିଥାଏ। ସେହିପରି ଡବଲିନରେ ଏହି ଦୂରତା ଅତିକ୍ରମ ଲାଗି ୨୮ ମିନିଟ୍ ୩୦ ସେକେଣ୍ଡ, ସାପୋରୋରେ ୨୭ ମିନିଟ୍ ୪୦ ସେକେଣ୍ଡ ଲାଗିଥାଏ। ପୁଣେରେ ୧୦ କିମି ଦୂର ଅତିକ୍ରମ ଲାଗି ୨୭ ମିନିଟ୍ ୨୦ ସେକେଣ୍ଡ ଓ ଦିଲ୍ଲୀରେ ୨୨ ମିନିଟ୍ ୧୦ ସେକେଣ୍ଡ, ମୁମ୍ବଇରେ ୨୧ ମିନିଟ୍ ୧୦ ସେକେଣ୍ଡ ଲାଗିଥାଏ। ଭାରତର ପୁଣେ ସହର ଜନାକୀର୍ଣ୍ଣ ସହର ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀର ୩୪ ଓ ମୁମ୍ବଇ ୪୭ତମ ସ୍ଥାନରେ ରହିଛି। ୨୦୨୨ ମସିହାରେ ଟମ୍ ଟମ୍ ଟ୍ରାଫିକ ଇଣ୍ଡେକ୍ସ ବିଶ୍ବର ୫୬ଟି ରାଷ୍ଟ୍ରର ୩୮୯ଟି ସହରକୁ ନେଇ ଏହାର ତାଲିକା ପ୍ରସ୍ତୁତ କରିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories